ନଦୀକୂଳରେ ବଳଦ ଖୋଜିବା ହେଲା କାଳ , ଝାମ୍ପିନେଲା ବଉଳା କୁମ୍ଭୀର



କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ରଟପଙ୍କ ଗ୍ରାମରରେ ଏକ ଅଭାବନୀୟ ଘଟଣା ଘଟିଛି ଯାଇଛି । ନଦୀ ପାର୍ଶ୍ୱରେ ବଳଦ ଖୋଜିବାକୁ ଯାଇଥିବା ଜଣେ ଯୁବକଙ୍କୁ କୁମ୍ଭୀର ଟାଣିଟାଣି ନେଇଯାଇଛି।
ସୁଚନାନୁଯାଇ ଶଙ୍କରର ଏକ ବଳଦ ନାଳ ନିକଟରେ ଚରୁଥିଲା। ବଳଦ ଦେଖାନଦେବାରୁ ବୁଧବାର ଅପରାହ୍ନରେ ଶଙ୍କର ଖୋଜିବାକୁ ଯିବା ସମୟରେ କୁମ୍ଭୀର ଟାଣି ତାଙ୍କୁ ନେଇଥିଲା। ଶଙ୍କରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ତାଙ୍କୁ ବଂଚାଇ ପାରିନଥିଲେ । ଖବର ପାଇ ଗହୀରମଥା ସାମୁଦ୍ରିକ ରେଞ୍ଜ ଅଧିକାରୀ ପ୍ରଦୋଷ କୁମାର ମହାରଣା ଘଟଣାସ୍ଥଳରେ ପହଞ୍ଚି ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରିଥିଲେ ହେଁ ଶଙ୍କରଙ୍କ କୌଣସି ପତ୍ତା ମିଳିନାହିଁ। ଅନ୍ୟପକ୍ଷରେ ଶଙ୍କରଙ୍କ ନିଖୋଜ ଖବର ପାଇ ସ୍ତ୍ରୀ, ଦୁଇ ଝିଅ-ଦୁଇ ପୁଅ ହତାଶ ହୋଇପଡ଼ିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading