
କେନ୍ଦ୍ରାପଡା ୧୨/୧୨-ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ୨ୟ ପ୍ରସ୍ତୁତି ବୈଠକ ମାଧପୁର ସ୍ଥିତ ଉପଦେଷ୍ଠା ଡଃ ବିରଜା ରାଉତରାୟଙ୍କ ଭାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ପାଦକ ମହମ୍ମଦ ଜାହିଦ୍ ଖାଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ପୁସ୍ତକମେଳା ଜାନୁଆରୀ ୬ତାରିଖରୁ ଆରମ୍ଭ ହୋଇ ୧୩ତାରିଖରେ ଶେଷ ହେବ ବୋଲି ସୂଚନା ଦିଆଯାଇଥିଲା । ଏହି ମେଳାରେ ଜାତୀୟ ସ୍ତରୀୟ ଖ୍ୟାତନାମା ପୁସ୍ତକ ପ୍ରକାଶନ ସଂସ୍ଥା ସହିତ ରାଜ୍ୟର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯାଇଛି ବୋଲି ସଦସ୍ୟା ନବଜ୍ୟୋତି ରାୟ ପ୍ରକାଶ କରିଛନ୍ତି । ଆଗ୍ରହୀ ପୁସ୍ତକ ପ୍ରକାଶକ ଓ ବିକ୍ରେତାମାନେ ଅଗ୍ରିମ ଷ୍ଟଲ ବୁକିଂ ପାଇଁ ସଭାପତି ଅକ୍ଷୟ ପାଣି ଓ ସମ୍ପାଦକ ଜାହିଦଙ୍କ ସହିତ ଯୋଗାଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ମେଳାକୁ ସରସ ସୁନ୍ଦର କରିବା ପାଇଂ ସଦସ୍ୟ ଭବାନୀ ଓଝାଙ୍କ ପ୍ରସ୍ତାବଗୁଡିକ ଗ୍ରହଣ କରାଯାଇଛି । ଚିତ୍ରଗୁରୁ ହିମାଂଶୁ ଦାସ ଚିତ୍ରାଙ୍କନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଦାୟିତ୍ୱ ଦିଆଯିବା ସହ ସମସ୍ତ ସଦସ୍ୟମାନଙ୍କୁ ପ୍ରତ୍ୟେକ ଦିନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିବାକୁ ଉପଦେଷ୍ଟା ଡଃ ବିରାଜା ରାଉତରାୟ ପରାମର୍ଶ ଦେଇଥିଲେ । ପୁସ୍ତକ ମେଳାର ବିଶିଷ୍ଟ ଅତିଥିମାନଙ୍କୁ ନିମନ୍ତ୍ରଣ କରିବାକୁ ସଭାପତି ଅକ୍ଷୟ ପାଣିଙ୍କୁ ଦାୟୀତ୍ୱ ନ୍ୟସ୍ତ କରାଯାଇଛି । ଚଳିତ ବର୍ଷ ଅନୁଷ୍ଠାନର ମୁଖପତ୍ର ‘କେନ୍ଦ୍ରାପଡ଼ା ପରିକ୍ରମା’ର ସ୍ୱତନ୍ତ୍ର ଭିତରକନିକା ବିଶେଷାଙ୍କ ପ୍ରକାଶ ପାଇବ । ଜୈବ ବିବିଧତା କ୍ଷେତ୍ରରେ ପ୍ରସିଦ୍ଧ ଆନ୍ତଜାତୀୟ ଅଭୟାରଣ୍ୟ ଭିତରକନିକା ଏହି ଜିଲ୍ଲାର ଗୌରବ ବୃଦ୍ଧି କରିଥିବାରୁ ଏହା ଉପରେ ତଥ୍ୟଭିତ୍ତିିକ ଗବେଷଣାଧର୍ମୀ ଆଲେଖ୍ୟମାନ ସ୍ଥାନୀତ ହେବ ବୋଲି ମୁଖ୍ୟ ଉପଦେଷ୍ଟା ଡ଼. ବିରଜା ରାଉତରାୟ ପ୍ରକାଶ କରିଥିଲେ । ଏହି ବୈଠକରେ ଉପଦେଷ୍ଠା ଶିବ ଚରଣ ସାମଲ, ବଂଶୀଧର ମହାନ୍ତି, ଦିଲ୍ଲୀପ ସାହୁ, ଉମାକାନ୍ତ ଜେନା, ଅରୁଣ ସାହୁ, ସରୋଜକାନ୍ତ ସାହୁ, ପ୍ରଦ୍ୟୁମ୍ନ ବେହୁରା,ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।
















