ପୋଖରୀଆପଡା ଗାଁ ପୁଅ ସୁନୀଲ ଓଏଏସ ପାଇ ପୌରାଂଚଳ ପାଇଁ ଗୌରବ ଆଣିଲେ



ପଟ୍ଟାମୁଣ୍ଡାଇ ୨୧/୧୦-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ଗାଁ ପୁଅ ସୁନୀଲ ସ୍ୱାଇଁ ଓଏଏସ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପିତା ସନତ ସ୍ୱାଇଁ (ବୁଢ଼ା )ଜଣେ ବ୍ୟବସାୟୀ ହୋଇଥିବାବେଳେ ମା ସୁଷମା ସ୍ୱାଇଁ ଜଣେ ଗୃହିଣୀ । ସୁନୀଲ ପିଲା ଦିନରୁ ମେଧାବୀ ଛାତ୍ରୀ ଭାବେ ବିଭିନ୍ନ ପରୀକ୍ଷାରେ ସଫଳତା ହାସଲ କରି ନିଜର ଅନନ୍ୟ ପ୍ରତିଭାର ପରିଚୟ ଦେଇ ଆସିଛନ୍ତି । ଚଳିତ ଓ ଏ ଏସ ପରୀକ୍ଷାରେ ସଫଳତା ହାସଲ କରିବା ସହିତ ୩୬୬ ରିୟାଙ୍କ ହାସଲ କରି ଓ଼ଏଏସ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ତାଙ୍କ ସଫଳତାର ଶ୍ରେୟ ପିତା ମାତା,କକା କାକୀ , ଗୁରୁଜନ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରଦାନ କରିଛନ୍ତି । ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ତାଙ୍କୁ ସଫଳତା ଆଣି ଦେଇଛି । ଭବିଷ୍ୟତରେ ସେ ଜଣେ ଦକ୍ଷ ଉତ୍ତରଦାୟୀ ଦରଦୀ ପ୍ରଶାସନିକ ଅଧିକାରୀ ଭାବେ ସମାଜର ତଳ ପାହାଚରେ ଥିବା ମଣିଷକୁ ନ୍ୟାୟ ଦେବା ପାଇଁ ନିଜର ସମସ୍ତ ପ୍ରଚେଷ୍ଟା ଜାରି ରଖିବେ ବୋଲି ସୁନୀଲ ପ୍ରକାଶ କରିଛନ୍ତି । ସୁନୀଲ ଓ ଏ ଏସ ପାଇବା ଖବର ମିଳିବା ପରେ ସମଗ୍ର ପଟ୍ଟାମୁଣ୍ଡାଇ ସହର ଓ ପୋଖରୀଆପଡା ଗାଁ ରେ ଖୁସିର ଲହରୀ ଖେଳିଯାଇଛି । ସୁନୀଲ ଆମ ଗାଁର ଗର୍ବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଓ ଏ ଏସ ପରୀକ୍ଷାରେ ସୁନୀଲଙ୍କ ସଫଳତା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।


Next Post

ନୂପୁର ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

Mon Oct 21 , 2024
କେନ୍ଦ୍ରାପଡ଼ା,୨୧/୧୦- ପବିତ୍ର ଗଜଲଷ୍ମୀ ପୂଜାର ୫ମ ସନ୍ଧ୍ୟାରେ ସ୍ଥାନୀୟ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ମା’ ଗଜଲଷ୍ମୀ ପୂଜା କମିଟି ଆମନ୍ତ୍ରଣ କ୍ରମେ କେନ୍ଦ୍ରାପଡ଼ାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ “ନୂପୁର ଡ୍ୟାନ୍ସ ଏକାଡେମୀ’ ତରଫରୁ ଚିତ୍ତାକର୍ଷକ ମନୋରଞ୍ଜନ ସନ୍ଧ୍ୟାରେ ଓଡିଶୀ, ସମ୍ବଲପୁରୀ ନୃତ୍ୟଗୁରୁ ନିର୍ଲିପ୍ତା ବେହେରାଙ୍କ ଶିକ୍ଷାଦାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ପରିବେଷଣ କରାଯାଇଥିଲା । ତୁଳସୀ କ୍ଷେତ୍ରାଧିପତି ସିଦ୍ଧ ବଳଦେବଜୀଉଙ୍କ ଉପରେ ବୈଶ୍ୟ ସଦାଶିବ ଦାସଙ୍କ […]

KANIKA