ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା



କେନ୍ଦ୍ରାପଡା, ୨୪ା୧୦: ଆଜି ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ନିମନ୍ତେ ନିଆଯାଇଥିବା ଆଗୁଆ ପଦକ୍ଷେପ ବିଷୟରେ ଆଭାସୀ ମାଧ୍ୟମରେ ସମୀକ୍ଷା କରିଛନ୍ତି । କେନ୍ଦ୍ରାପଡ଼ା ଓସୱାନ ହଲରେ ଉକ୍ତ ଆଭାସୀ ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଗସ୍ତରେ ଆସିଥିବା ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରମୋଦ ପ୍ରହରାଜ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ ଦାସ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରଧାନ ଜିଲ୍ଲାରେ ବାତ୍ୟା ଜନିତ ପ୍ରଭାବିତ ହେବାକୁ ଥିବା ୩୧,୯୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନ ଯଥା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିନ ୧୧ ଘଟିକା ସୁଦ୍ଧା ୪୪,୪୧୨ ଜଣଙ୍କୁ ୫୦୦ରୁ ଉର୍ଦ୍ଧ୍ୱ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ଓ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟର ବ୍ୟବସ୍ଥା ଯୋଗାଇ ଦିଆଯାଇଛି ବୋଲି ସୂଚନା ଦେଇଥିଲେ । ଜିଲ୍ଲାରେ ମୋଟ୍ ୫୯୬ ଆଶ୍ରୟସ୍ଥଳୀ ମଧ୍ୟରୁ ପ୍ରାୟ ୫୦୦ରୁ ଉର୍ଦ୍ଧ ଆଶ୍ରୟସ୍ଥଳୀକୁ ବ୍ୟବହୃତ କରାଗଲାଣି । ରାଜନଗର ବିପଦ ଆଶଙ୍କା ଥିବା ୧୮ଟି ଗ୍ରାମପଞ୍ଚାୟତରୁ ୧୦,୨୮୪ଜଣ ଓ ମହାକାଳପଡାର ୧୪ ଟି ଗ୍ରାମପଞ୍ଚାୟତରୁ ୩,୯୩୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଲୋକମାନେ ସେମାନଙ୍କ ଘର ଛାଡି ସ୍ୱେଚ୍ଛାକୃତ ଭାବେ ଆଶ୍ରୟସ୍ଥଳୀକୁ ଆସୁଥିବା ବେଳେ କିଛି ଲୋକ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ଶୂନ୍ୟ ମୃତ୍ୟୁହାରକୁ ଗୁରୁତ୍ୱ ଦେଇ ପରମର୍ଶ ଦେଇଥିଲେ ଯେ ଆବଶ୍ୟକ ହେଲେ ପୋଲିସ ପ୍ରଶାସନର ସାହାର୍ଯ୍ୟ ନେଇ ସେମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ । ଆଶ୍ରୟସ୍ଥଳୀକୁ ଆସୁଥିବା ଲୋକଙ୍କର ଧନଜୀବନକୁ ସୁରକ୍ଷା ଦେବା ପାଇଁ ପେଟ୍ରୋଲିଂକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନରେ ରନ୍ଧା ଖାଦ୍ୟର ବ୍ୟବସ୍ଥା, ଆଶ୍ରୟସ୍ଥଳୀରେ ଶୁଖିଲା ଖାଦ୍ୟ, ବିଜୁଳି ଯୋଗାଣ ବ୍ୟବସ୍ଥା, ରନ୍ଧା ଖାଦ୍ୟ ଶୌଚାଳୟର ପରିଷ୍କାର ପରିଚ୍ଛନ୍ନତା, ଅତ୍ୟାବଶ୍ୟକ ଔଷଧ ମହଯୁଦ ରଖିବା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ କ୍ଷ ଗ୍ରାମପଞ୍ଚାୟତକୁ ପର୍ଯ୍ୟାପ୍ତ ପରିମାଣର କିରୋସିନ ତେଲ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ କ୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ, ଆସିଥିବା ପର୍ଯ୍ୟବେକ୍ଷକ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ କର୍ତ୍ତବ୍ୟନିଷ୍ଠାକୁ ଧନ୍ୟବାଦ ଜଣାଇବା ସହ ସଫଳ ମୁକାବିଲା ନିମନ୍ତେ ଆଶାବ୍ୟକ୍ତ କରିଥିଲେ । ରାଜ୍ୟସ୍ତରୀୟ ଆଭାସୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।


Next Post

ବାତ୍ୟା ‘ଦାନା’କୁନେଇ ସହର ଶୂନଶାନ, ବିଦ୍ୟୁତ ସରବରାହ ବାଧାପ୍ରାପ୍ତ

Fri Oct 25 , 2024
ପଟ୍ଟାମୁଣ୍ଡାଇ ୨୪/୧୦ -ବେଳକୁ ବେଳ ଭୟଙ୍କର ରୂପନେଇ ଦାନା ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଗୁରୁବାର ରାତିରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହା କେନ୍ଦ୍ରାପଡା ଜିଲା ତାଳଚୁଆରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ, ରାଜନଗରରେ ବିଶେଷ ଭାବେ ପ୍ରଭାବକୁ ଦୃଷ୍ଟିରେ ରଖି ରେଡ ସିଗ୍‌ନାଲ ଦିଆଯାଇଛି। ଲୋକେ ସତର୍କ ରହିବାକୁ କୁହାଯିବା ପରେ ଏକପ୍ରକାର ଭୟର ବାତାବରଣ […]

KANIKA