ବାତ୍ୟା ପରେ ରାସ୍ତା ସଫାକଲେ କେନ୍ଦ୍ରାପଡା ପୋଲିସ



କେନ୍ଦ୍ରାପଡ଼ା,୨୬ା୧୦: ବାତ୍ୟା ‘ଦାନା’ର ପ୍ରଭାବ ହ୍ରାସ ପାଇବା ପରେ ଯୋଗାଯୋଗକୁ ସୁଗମ କରିବା ନିମନ୍ତେ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ସହିତ ମିଶି ରାସ୍ତା କରିଛନ୍ତି କେନ୍ଦ୍ରାପଡା ପୋଲିସ। ରାସ୍ତା ଉପରେ ବାତ୍ୟା ପବନରେ ଗଛ ଉପୁଡି ବା ଭାଙ୍ଗି ପଡି ରାସ୍ତାରେ ଗମନାଗମନ ବନ୍ଦ ହୋଇଯାଇଥିବା ବେଳେ ଜମ୍ବୁ,ରାଜକନିକା, ଆଳି, ରାଜନଗର ଓ ତାଳଚୂଆ ପ୍ରଭୃତି ଅଞ୍ଚଳରେ କେନ୍ଦ୍ରାପଡା ପୋଲିସ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଦଳ ସହିତ ମିଶି ରାସ୍ତା ଉପରେ ପଡିଥିବା ଗଛ କାଟି ରାସ୍ତା ସଫା କରିଥିଲେ। ଫଳରେ ବନ୍ଦ ହୋଇଯାଇଥିବା ରାସ୍ତା ଖୋଲିବା ସହିତ ରାସ୍ତାରେ ଲୋକମାନଙ୍କ ଗମନାଗମନ ସୁଗମ ହୋଇପାରିଛି। ଏନେଇ ଜନସାଧାରଣ କେନ୍ଦ୍ରାପଡା ପୋଲିସ, ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଦଳକୁ କୃତଜ୍ଞତା ଜଣାଇଛନ୍ତି।


Next Post

ବାତ୍ୟା ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷପାତ ନୀତି ଦୁର୍ଭାଗ୍ୟଜନକ

Sat Oct 26 , 2024
କେନ୍ଦ୍ରାପଡା,୨୬ା୧୦: ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏକ ପ୍ରତିକ୍ରିୟା ଦେଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାରେ ସାମୁଦ୍ରିକ ଝଡ ‘ଦାନା’ର ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ଜିଲ୍ଲାର ବିରୋଧି ଦଳର ସମସ୍ତ ୬ଜଣ ବିଧାୟକଙ୍କୁ ଉପେକ୍ଷା କରିବା ଦୁର୍ଭାଗ୍ୟଜନକ । କେବଳ ଶାସକ ଦଳର ପ୍ରତିନିଧି ଓ କର୍ମକର୍ତ୍ତାମାନଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିବା ଘୋର […]

KANIKA