କେନ୍ଦ୍ରାପଡା,୨୬ା୧୦: ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏକ ପ୍ରତିକ୍ରିୟା ଦେଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାରେ ସାମୁଦ୍ରିକ ଝଡ ‘ଦାନା’ର ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ଜିଲ୍ଲାର ବିରୋଧି ଦଳର ସମସ୍ତ ୬ଜଣ ବିଧାୟକଙ୍କୁ ଉପେକ୍ଷା କରିବା ଦୁର୍ଭାଗ୍ୟଜନକ । କେବଳ ଶାସକ ଦଳର ପ୍ରତିନିଧି ଓ କର୍ମକର୍ତ୍ତାମାନଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିବା ଘୋର ଆପତ୍ତିଜନକ । ଶ୍ରୀ ବେହେରା ସୂଚନା ଦେଇଥିଲେ ଯେ ଗତ ୨୪ତାରିଖ ଦିନ ୧୧ଟାରେ ଉପମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଆହୃତ କରିଥିଲେ । ଶେଷ ମୁହୁର୍ତ୍ତରେ ଅଧଘଣ୍ଟା ପୂର୍ବରୁ ଏହି ବୈଠକକୁ ବାତିଲ୍ କରାଯାଇଥିଲା । ଉପମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀ ବେହେରା ଯୋଗାଯୋଗ କରିବାରୁ ସେ କ୍ଷେତ୍ର ପରିଦର୍ଶନ ପରେ ତାଙ୍କ ସହ ଆଲୋଚନା କରିବାକୁ କହିଥିଲେ ମାତ୍ର ତାହା ହେଲା ନାହିଁ । କେବଳ ଶାସକ ବିଜେପି ଦଳର ବିଧାୟକ ଓ କର୍ମକର୍ତ୍ତାଙ୍କୁ ନେଇ ସମୀକ୍ଷା ବୈଠକ କରାଗଲା । ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ବେହେରା ଅଭିମତ ରଖିଛନ୍ତି । ସେ ପୁର୍ନବାର ଦର୍ଶାଇଛନ୍ତି ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏପରି ଏକପାଖିଆ ଢଙ୍ଗରେ କରାଯାଏ ନାହିଁ । ଦଳୀୟ ବିଚାରରୁ ଉର୍ଦ୍ଧରେ ରହି ନିର୍ବାଚିତ ପ୍ରତିନିଧିମାନଙ୍କୁ ସାମିଲ କରି ଏବଂ ସେମାନଙ୍କର ସହଯୋଗ ଲୋଡି ବିପର୍ଯ୍ୟୟ ମୁକାବିଲା କରାଯାଇଥାଏ । ଦୁର୍ଭାଗ୍ୟକୁ ଏପରି ଏକ ବ୍ୟତିକ୍ରମ ଦେଖିବାକୁ ପଡିଲା । ମୁଖ୍ୟମନ୍ତ୍ରୀ ବାରମ୍ବାର ଦେଖାଉଛନ୍ତି ଯେ ଆମ ସରକାର ଲୋକଙ୍କ ସରକାର । କିନ୍ତୁ କେନ୍ଦ୍ରାପଡାରେ ଲୋକଙ୍କ ସରକାର ପରିବର୍ତ୍ତେ ଦଳର ସରକାର ଲୋକେ ଅନୁଭବ କଲେ । ସୁତରାଂ ଏପରି ସଂକୀର୍ଣ୍ଣ ରାଜନୈତିକ ବିଚାରଠାରୁ ଦୁରେଇ ରହି ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ନିର୍ବାଚିତ ପ୍ରତିନିଧି ବିଶେଷକରି ବିଧାନସଭା ପ୍ରତିନିଧିମାନଙ୍କୁ ଯଥାଯଥ ସମ୍ମାନ ଦେଇ କାର୍ଯ୍ୟନିର୍ବାହ କରିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଛନ୍ତି । ଏଥିସହ ପୁନର୍ବାର କୌଣସି ବ୍ୟତିକ୍ରମ ହେଲେ ବିଜୁ ଜନତା ଦଳ ପକ୍ଷପାତିତା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି ।
kanika odisha
Next Post
ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଗଣେଶ୍ୱର ବେହେରା
Sat Oct 26 , 2024
କେନ୍ଦ୍ରାପଡା,୨୬ା୧୦: ବାତ୍ୟା ‘ଦାନା’ ସମୟରେ କେନ୍ଦ୍ରାପଡା ବ୍ଲକ, କେନ୍ଦ୍ରାପଡା ପୌରାଞ୍ଚଳ ଓ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ପଞ୍ଚାୟତର ଆଶ୍ରୟସ୍ଥଳୀମାନଙ୍କରେ ବିଧାୟକ ଗଣେଶ୍ୱର ବେହେରା ୨ଦିନ ଧରି ପରିଦର୍ଶନରେ ଯାଇଥିଲେ । ଏଥିସହିତ କେନ୍ଦ୍ରାପଡା ବ୍ଲକ ବି.ଡି.ଓ ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ବି.ଡି.ଓଙ୍କ ସହିତ ମିଶି ବାତ୍ୟା ପିଡିତ ଲୋକମାନେ କିପରି ସରକାରୀ ରିଲିଫ୍ ଓ ସାହାର୍ଯ୍ୟ ପାଇବେ ସେଥିପ୍ରତି ତଦାରଖ କରିଥିଲେ । ବାତ୍ୟାସ୍ଥଳୀ ପରିଦର୍ଶନ ସମୟରେ ସେ ଲୋକମାନଙ୍କ […]

KANIKA
- 2 years ago
କୃଷକ ହତ୍ୟା ବିରୋଧରେ କେନ୍ଦ୍ରାପଡାରେ କଳା ଦିବସ ପାଳନ
- 2 years ago
କବି ନିରୁପମା ଦାସଙ୍କ “ନୀଳ ଲଫାପାର ଚିଠି”ଲୋକାର୍ପିତ
- 2 years ago
ସେପଟମ୍ବର ୫ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
- 1 year ago
ଆସୁଛି ପୁଣି ଏକ ବର୍ଷା, ଚିନ୍ତାରେ ଚାଷୀ
- 3 years ago
‘ଆୟୁଷ୍ମାନ ଭବଃ’ ସଫଳ ଅଭିଯାନର ପ୍ରଶାସନିକ ପ୍ରସ୍ତୁତି










