ଦାନା ଛଡାଇ ନେଲା ଚାଷୀଙ୍କ ଦାନା



ପଟ୍ଟାମୁଣ୍ଡାଇ ୨୬/୧୦ -ସାମୁଦ୍ରିକ ଝଡ଼ ବାତ୍ୟା ଦାନା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବହୁ କଚ୍ଚା ଘର, ଆଜବେଷ୍ଟ ଘର ଭାଙ୍ଗି ଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଥିବା ଲୋକମାନେ ଘରକୁ ଫେରିଛନ୍ତି । ଘର ଭାଙ୍ଗି ଥିବା ଅଳ୍ପ କେତେକ ଲୋକ ଆଶ୍ରୟସ୍ଥଳୀରେ ଥିବାରୁ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ସକାଳ ସମୟରେ ହେଉଥିବା ଝିପି ଝିପି ବର୍ଷା ଅପରାହ୍ନରେ ଛାଡି ଯାଇ ଥିବାରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସ୍ୱାଭାବିକ ହୋଇଛି । ବାତ୍ୟା ଦାନା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ଶହ ଶହ ଏକର ଜମିର ଧାନ ମୁଗ, ବିରି ଓ ପନିପରିବା ଫସଲ ସମୂଳେ ନଷ୍ଟ ହୋଇଛି । ମୋଟାମୋଟି ଭାବେ ବାତ୍ୟା ଦାନା ଚାଷୀଙ୍କ ବର୍ଷକର ଦାନା ଛଡାଇ ନେଇଛି । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ, ତହସିଲଦାର ପଂଚାନନ ନାୟକ, ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ବ୍ଲକର ବିଭିନ୍ନ ପଂଚାୟତ ଓ ପୌରାଂଚଳର ବିଭିନ୍ନ ୱାର୍ଡରୁ ଆସିଥିବା କ୍ଷୟକ୍ଷତି ରିପୋର୍ଟ ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading