କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ


କେନ୍ଦ୍ରାପଡ଼ା,୨୮ା୧୦: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଗାନ୍ଧୀଭବନଠାରେ ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶପଥ ପାଠରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସମ୍ମିଳିତ ଭାବେ ‘ଦୁର୍ନୀତି ନିବାରଣ ସଚେତନତା’ କାର୍ଯ୍ୟକ୍ରମରେ ଶପଥ ପାଠ କରିଥିଲେ । ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ସପ୍ତାହଟି ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୩ ତାରିଖରେ ଉଦ୍‌ଯାପିତ ହେବ । ଏହି ଉପଲକ୍ଷେ ଆଜି ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୩୦ ତାରିଖରେ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାସ୍ତରୀୟ ବକ୍ତୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ତୁଳସୀ ମହିଳା ମହାବିଦ୍ୟାଳୟ ଏବଂ ସାନ୍ଧ୍ୟ ମହାବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଯୋଗଦେଇ ଏକ ଦୁର୍ନୀତି ମୁକ୍ତ, ଶୋଷଣ, ଭ୍ରଷ୍ଟାଚାର ବିହୀନ ଓ ସତ୍ୟନିଷ୍ଠ ସମାଜ ଗଠନ କରିବା ସହିତ ରାଷ୍ଟ୍ରର ସମୃଦ୍ଧି ପ୍ରତି ଯତ୍ନବାନ ହୋଇପାରିବାର ଶପଥ ଗ୍ରହଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ପ୍ରଫେସର ଅଭିଜିତ୍ ବୋଷ ଏହି ସପ୍ତାହଟିକୁ ପାଳନ କରିବା ନିମନ୍ତେ ପ୍ରେରଣା ଓ ଉତ୍ସାହ ଯୋଗାଇ ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading