
ପଟ୍ଟାମୁଣ୍ଡାଇ୩୦/୧୦ -ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ରାଜନଗର ବାତ୍ୟା ବିପନ୍ନ ଅଂଚଳ ପରିଦର୍ଶନରେ ଯିବାବେଳେ ପଟ୍ଟାମୁଣ୍ଡାଇ ବାଇପାସ ଛକ ଠାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା କଂଗ୍ରେସ ଓବିସି ସେଲ ପ୍ରାକ୍ତନ ଅଧକ୍ଷ ମଳୟ ଦାସ, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାସ,ଯୁବନେତା ତପନ ପାତ୍ର, ଜିଲ୍ଲା ଦଳିତ ସେଲ ପ୍ରାକ୍ତନ ସଭାପତି ସର୍ବେଶ୍ୱର ସେଠୀ,ଅଖିଳ ଭାରତ ଯୁବକଂଗ୍ରେସ ସମ୍ପାଦକ କାଉନସିଲର ସମ୍ରାଟ କେଶରୀ ଜେନା, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଭାତ ସେଠୀ,ପୂର୍ବତନ କାଉନସିଲର ଦିଲ୍ଲୀପ ସେଠୀ, ଅଜୟ ବାୟୀ ରାଜକିଶୋର ବେହେରା, ସୁଭାଶିଷ ବାରିକ ପ୍ରଭାତ ରାଉତ, ଅମୂଲ୍ୟ ମଲିକ,ଅଶୋକ ରାଉତ ଜଗନ୍ନାଥ ମଲିକ ଓ ଗଣେଶ ମଲିକ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମକର୍ତା ପୂର୍ବତନ ପି ସି ସି ସଭାପତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।











