ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଗ୍ରହଣରେ ‘ପୁନର୍ବାସ’ର ନିଆରା ଦୀପାବଳି



କେନ୍ଦ୍ରାପଡା,୧ା୧୧: ଆଲୋକର ପର୍ବ ଦୀପାବଳୀର ଉତ୍ସବମୟ ପରିବେଶରୁ ବଞ୍ôଚତ ରହୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗହଣରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପୁନର୍ବାସ’ ନିଆରା ଢଙ୍ଗରେ ଦୀପାବଳୀ ପାଳନ କରିଛି। “ବାଣରେ ନୁହେଁ… ହସରେ ଦୀପାଳି ଜାଳିବା’ର ବାର୍ତ୍ତା ଦେଇ ଏହି ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡା ପୌରସଂସ୍ଥା ଅଧିନରେ କାର୍ଯ୍ୟ କରୁଥିବା ନିମାଇଁ ଚରଣ ମାନସିକ ଅନଗ୍ରସର, ଦଧିବାମନଜୀଉ ବଧିର ଏବଂ ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଗହଣରେ ଏହି ପର୍ବକୁ ପାଳନ କରାଯାଇଛି । ପୁନର୍ବାସର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ଉପସ୍ଥିତ ରହି ପିଲାଙ୍କ ସହ ଭାବ ବିନିମୟ କରିବା ସହିତ ଓ ମିଷ୍ଟାନ୍ନ ଉପହାର ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁନର୍ବାସର ସହ ସମ୍ପାଦକ ବଂଶୀଧର ମହାନ୍ତି, କାର୍ଯ୍ୟକାରୀ କମିଟି ସଭ୍ୟ ମହମ୍ମଦ ଜାହିଦ ଖାଁ, ପ୍ରଧାନଶିକ୍ଷକ ସ୍ୱପ୍ନାଂଶୁ କୁମାର ଦାସ, ସଂଗ୍ରାମ ଚୌଧୁରୀ ପ୍ରମୁଖ ଏହିପରି ପ୍ରୟାସ ପରିବାରଠାରୁ ଦୂରରେ ହଷ୍ଟେଲରେ ରହୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମନରେ ଆନନ୍ଦ ଆଣିଦେବ ବୋଲି ପ୍ରକାଶ କରଥିଲେ । ପୁନର୍ବାସ ପକ୍ଷରୁ ସଂଜୀବ ଜେନା, ସମରେନ୍ଦ୍ର ଚୌଧୁରୀ, ରଂଜନ ସ୍ୱାଇଁ ଏବଂ ତିନି ସ୍ୱତନ୍ତ୍ର ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।


Next Post

ଗୁଲନଗର ଗ୍ରାମରେ କାଳୀପୂଜା

Fri Nov 1 , 2024
କେନ୍ଦ୍ରାପଡ଼ା,୧ା୧୧: କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଗୁଲନଗର ପଞ୍ଚାୟତର ଗୁଲନଗର ଗ୍ରାମରେ ଦୀର୍ଘ ୮୭ବର୍ଷ ହେବ ମା’ ଦକ୍ଷିଣ କାଳୀଙ୍କର ମୂର୍ତ୍ତୀ ପୂଜାପାଇ ଆସୁଛନ୍ତି । ପ୍ରବାଦ ଅଛି ୧୯୩୭ ମସିହାରେ ଯେତେବେଳେ ଏହି ଅଞ୍ଚଳରେ ମହାମାରୀ ହଇଜା ବ୍ୟାପିଲା ଲେକମାନେ ଭୟଭିତ ହୋଇପଡିଥିଲେ । ଏହାର ପ୍ରତିକାର ପାଇଁ ଗୁଲନଗର ଗ୍ରାମର କାଳୀ ସାଧକ କାହ୍ନାଇ ଚରଣ ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ ସୁଦର୍ଶନ ଚକ୍ରବର୍ତ୍ତି, କୃତିବାସ ସାହୁ, ଇଶ୍ୱର ପୃଷ୍ଟି, ନିତ୍ୟାନନ୍ଦ […]

KANIKA