ଗୁଲନଗର ଗ୍ରାମରେ କାଳୀପୂଜା



କେନ୍ଦ୍ରାପଡ଼ା,୧ା୧୧: କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଗୁଲନଗର ପଞ୍ଚାୟତର ଗୁଲନଗର ଗ୍ରାମରେ ଦୀର୍ଘ ୮୭ବର୍ଷ ହେବ ମା’ ଦକ୍ଷିଣ କାଳୀଙ୍କର ମୂର୍ତ୍ତୀ ପୂଜାପାଇ ଆସୁଛନ୍ତି । ପ୍ରବାଦ ଅଛି ୧୯୩୭ ମସିହାରେ ଯେତେବେଳେ ଏହି ଅଞ୍ଚଳରେ ମହାମାରୀ ହଇଜା ବ୍ୟାପିଲା ଲେକମାନେ ଭୟଭିତ ହୋଇପଡିଥିଲେ । ଏହାର ପ୍ରତିକାର ପାଇଁ ଗୁଲନଗର ଗ୍ରାମର କାଳୀ ସାଧକ କାହ୍ନାଇ ଚରଣ ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ ସୁଦର୍ଶନ ଚକ୍ରବର୍ତ୍ତି, କୃତିବାସ ସାହୁ, ଇଶ୍ୱର ପୃଷ୍ଟି, ନିତ୍ୟାନନ୍ଦ ମହାରଣା, ପୂର୍ଣ୍ଣ ଚନ୍ଦ୍ର କର, ଜଳଧର କର, ଜଳଧର କର ଓ ଗ୍ରାମବାସୀଙ୍କ ସହଯୋଗରେ କାଳୀପୂଜା ବିଧିବଦ୍ଧଭାବେ ଆରମ୍ଭ କରିଥିଲେ । ପ୍ରତି ବର୍ଷ ଇଚ୍ଛାପୁରର ଗୋପିମିନ୍ତ୍ରୀ ଏହି ମୃର୍ତ୍ତି କରିଆସୁଥିଲେ । ବର୍ତ୍ତମାନ ତାଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ଏହି ମୃର୍ତ୍ତି କରୁଛନ୍ତି । ୧୯୯୫ ମସିହାରେ କାହ୍ନାଇ ଚରଣ ଚକ୍ରବର୍ତ୍ତୀଙ୍କର ଦେହାନ୍ତ ପରେ ବର୍ତ୍ତମାନ ତାଙ୍କ ପୁତ୍ର ଭଗବତୀ ଚରଣ ଚକ୍ରବର୍ତ୍ତୀ ସେହି କାଳୀପୂଜା କରିଆସୁଛନ୍ତି । ଗୁରୁବାର ଅମାବାସ୍ୟା ଠାରୁ ୫ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଛି । ସନ୍ତୋଷ ଚକ୍ରବର୍ତ୍ତିର୍ର୍, ଜୟନ୍ତ ଚକ୍ରବର୍ତ୍ତି, ମନମଥ ଚକ୍ରବର୍ତ୍ତର୍ି ଓ ଗ୍ରାମବାସୀମାନେ କାଳୀ ପୂଜାରେ ସହାୟତା କରିଥାନ୍ତି । ଏହି ସମୟ ମଧ୍ୟରେ ଗୁଲନଗର ଗ୍ରାମବାସୀଙ୍କ ସହାୟତାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପାଲା,ଭଜନ ଓ ସ୍ଥାନୀୟ ଗୋବିନ୍ଦ ଜୀୟୁ ଡ୍ରାମାଟିକ କ୍ଲବର କଳାକାରମାନଙ୍କ ଦ୍ୱାରା ନାଟକ ପରିବେଷଣ କରାଯାଉଛି । ଏହି ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାପାଇଁ ସହର ଓ ପୁରପଲ୍ଲୀରୁ ବହୁ ଦର୍ଶକ ଆସିଥାନ୍ତି ।


Next Post

ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ...

Fri Nov 1 , 2024
ନୂଆଦିଲ୍ଲୀ,୧।୧୧-ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ ଏହି ତାଜୁବ କରିଦେବା ପରି ଏତେ ବଡ଼ ପରିମାଣର ଜରିମାନା ଲଗାଯାଇଛି।ଜରିମାନା ରାଶି ୨ରେ ୩୪ଟି ଶୂନ ଡଲାରର ଅର୍ଥ ଏହାର ପରିମାଣ ବିଶ୍ୱର ମୋଟ ଜିଡିପି ଠାରୁ ୬୨୦ ଗୁଣ ଅଧିକ। ସରଳ ଭାଷାରେ କହିଲେ, ବିଶ୍ୱରେ ଯେତିକି ସମ୍ପତ୍ତି ନାହିଁ, ତା’ଠାରୁ […]

KANIKA