ଦୁଇ ଦିନିଆ ବୈଷ୍ଣବ ପରିଡା ମେମୋରିଆଲ ଜିଲ୍ଲାସ୍ତରୀୟ ଚେସ ଚମ୍ପିୟନସିପ୍ ଉଦ୍‌ଯାପିତ, ଲଭ୍ୟଜିତ ଚମ୍ପିୟାନ


କେନ୍ଦ୍ରାପଡ଼ା,୩ା୧୧: କେନ୍ଦ୍ରାପଡା ତୁଳସୀ ମହିଳା ମହାବିଦ୍ୟାଳୟରେ ଦୁଇ ଦିନିଆ ଡକ୍ଟର ବୈଷ୍ଣବ ପରିଡା ମେମୋରିଆଲ ଜିଲ୍ଲା ସ୍ତରୀୟ ଚେସ ଚମ୍ପିୟନସିପ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଡ. ସୌଭାଗ୍ୟ ପରିଡା ଓ ସମ୍ମାନିତ ଅତିଥି ଭାବେ ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତ ରଞ୍ଜନ ସାହୁ, ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ରୁଦ୍ରନାରାୟଣ ସାହୁ, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ନାରାୟଣ ସାହୁ, ଯାଜପୁର ଜିଲ୍ଲା ଚେସ୍ ଆସୋସିଏସନର ସମ୍ପାଦକ ମନୋଜ କୁମାର ପରିଡା, ରାଜ୍ୟ ଚେସ୍ ସଂଘର ସମ୍ପାଦକ ଦେବବ୍ରତ ଭଟ୍ଟ. ଶିଶୁରୋଗ ବିଶେଷଜ୍ଞ ଡା. ପ୍ରିୟବ୍ରତ ପରିଡା ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗିମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ । ଏକଶହ ପ୍ରତିଯୋଗୀ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଶନିବାର ୪ରାଉଣ୍ଡ ଖେଳ ଶେଷ ହୋଇଥିବା ବେଳେ ରବିବାର ଆଉ ୩ ରାଉଣ୍ଡ ଖେଳ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ଜିଲ୍ଲାରେ ଚେସ୍ ଖେଳକୁ ଆଗକୁ ନେବା ପାଇଁ ଜିଲ୍ଲାର ଖେଳାଳୀମାନେ ଏହି ଖେଳରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପହଞ୍ôଚବା ପାଇଁ ଜିଲ୍ଲା ଚେସ୍ ଆସୋସିଏସନ ଲକ୍ଷ୍ୟ ରଖଥିବା ସମ୍ପାଦକ ଭବେଷ ମହାନ୍ତି କହିଛନ୍ତି। ଏହି ଜିଲ୍ଲାସ୍ତରୀୟ ଚେସ୍ ପ୍ରତିଯୋଗୀତାରେ ଲଭ୍ୟଜିତ୍ ରାଉତରାୟ ଚମ୍ପିଆନ ଆଖ୍ୟା ଅର୍ଜନ କରି ୫୫୦୦ ନଗଦ ଅର୍ଥରାଶି ସହ ଟ୍ରଫି, ଅ।।ୟୁଷ ଆର୍ଯ୍ୟନ୍ ମହାପାତ୍ର ଦ୍ୱିତୀୟ ସ୍ଥାନ ଅଧିକାର କରି ୩୫୦୦ ଟଙ୍କା ଓ ଟ୍ରଫି, ଧରଣୀଧର ସେଠୀ ତୃତୀୟ ସ୍ଥାନ ଅଧିକାର କରି ୨୫୦୦ ଟଙ୍କା ଓ ଟ୍ରଫି ଅତିଥିମାନଙ୍କଠାରୁ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଚେସ୍ ସଂଘ ପକ୍ଷରୁ ହାଡିବନ୍ଧୁ ସିଂ, ଧରଣୀଧର ସେଠୀ, ନାରାୟଣ ଦାସ, ହିମାଂଶୁ ଶେଖର ନାୟକ, ପ୍ରତାପ ଚନ୍ଦ୍ର ମହାନ୍ତି, ବିକ୍ରମ ବିଶ୍ୱାଳ, ଓଡିଶା ଚେସ୍ ସଂଘର ସନ୍ତୋଷ ମହାପାତ୍ର, ପିଙ୍କି ମହାପାତ୍ର, ସୂର୍ଯ୍ୟକାନ୍ତ ବିଶୋଇ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।


Next Post

ଭଜନ ସମ୍ରାଟ ଭାବପୂର୍ଣ୍ଣ ସଙ୍ଗୀତରେ ସଭିଏଁ ,ବିଭୋର ଜନ୍ମଭୂମିରେ ଭିକାରୀ ବଳଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧୋତ୍ସବ

Sun Nov 3 , 2024
କେନ୍ଦ୍ରାପଡା, ୩ା୧୧: କେନ୍ଦ୍ରାପଡା ଜିଲ୍ଲାର ବାରୁଅସ୍ଥିତ ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ, ରେଡିଓ ଭାବଗ୍ରାହୀ ଏବଂ ଭିକାରୀ ବଳ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଭଜନ ସମ୍ରାଟ ଭିକାରୀ ବଳଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧୋତ୍ସବ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସ୍ୱରତୀର୍ଥର ପ୍ରତିଷ୍ଠାତା ଗୁରୁ ରବୀନ୍ଦ୍ରନାଥ […]

KANIKA