ଭଜନ ସମ୍ରାଟ ଭାବପୂର୍ଣ୍ଣ ସଙ୍ଗୀତରେ ସଭିଏଁ ,ବିଭୋର ଜନ୍ମଭୂମିରେ ଭିକାରୀ ବଳଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧୋତ୍ସବ



କେନ୍ଦ୍ରାପଡା, ୩ା୧୧: କେନ୍ଦ୍ରାପଡା ଜିଲ୍ଲାର ବାରୁଅସ୍ଥିତ ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ, ରେଡିଓ ଭାବଗ୍ରାହୀ ଏବଂ ଭିକାରୀ ବଳ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଭଜନ ସମ୍ରାଟ ଭିକାରୀ ବଳଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧୋତ୍ସବ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସ୍ୱରତୀର୍ଥର ପ୍ରତିଷ୍ଠାତା ଗୁରୁ ରବୀନ୍ଦ୍ରନାଥ ମିଶ୍ର ମୁଖ୍ୟ ଅତିଥି, ସତୀର୍ଥ ସମ୍ପାଦକ ମନ୍ମଥନାଥ ବରାଳ ମୁଖ୍ୟ ବକ୍ତା ସମ୍ମନୀତ ଅତିଥି ଭାବେ ପଣ୍ଡିତ ପଦ୍ମନାଭ ଦାସ, ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ସଭାପତି ନିରଞ୍ଜନ ପରିଡା ଏବଂ କବି ଅମର ପ୍ରସାଦ ରାଉତ ପ୍ରମୁଖ ଯୋଗଦେଇ ଭଜନ ସମ୍ରାଟଙ୍କ କାଳଜୟୀ ଭଜନ ଆଧୁନିକ, ପଲ୍ଲ, ଛାନ୍ଦ, ଚମ୍ପୁ, ଓଡିଶୀ ଆଦି ସଙ୍ଗୀତ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଆବାହକ ବିମଳ ପରିଡା ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଭଜନ ସମ୍ରାଟଙ୍କ ସହିତ ଦୀର୍ଘଦିନ ଧରି ବିତାଇଥିବା ଅଭୁଲା ସ୍ମୃତିଚାରଣ ପୂର୍ବକ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କେନ୍ଦ୍ରାପଡାର ସୁବଳା ଗ୍ରାମରେ ୧୯୨୯ ସମିହା ମେ ମାସ ୨୫ ତାରିଖରେ ପିତା ରାମଚନ୍ଦ୍ର ବଳ ଏବଂ ମାତା ଗେଲ୍ଲାରାଣୀଙ୍କ କୋଳମଣ୍ଡନ କରି ଏକ ନିମ୍ନ ମଧ୍ୟବିତ୍ତ ଖଣ୍ଡାୟତ ପରିବାରରେ ଜନ୍ମିତ ଶିଶୁ ଯେ ଦିନେ ନିଜର ନିଷ୍ଠାପର ସାଧନା ଏବଂ ଅଧ୍ୟବସାୟ ବଳରେ ଭଜନ ସମ୍ରାଟ ଉପାଧି ଲାଭ କରିପାରେ । କେବଳ ଭିକାରୀ ବଳ ହିଁ ଏହାର ଜ୍ୱଳନ୍ତ ଉଦାହରଣ । ଏହି ଅବସରରେ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଭିକାରୀ ବଳ, କବି ଭାବଗ୍ରାହୀ ପରିଡା ଏବଂ କବି ପତ୍ନୀ ସରୋଜିନୀ ପରିଡାଙ୍କ ପ୍ରତିକୃତୀରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ନିରୁପମା ଜେନା ସ୍ମୃତି ସଙ୍ଗୀତ ଗାନ କରିଥିଲେ । ସ୍ୱର୍ଗତ ବଳଙ୍କ ପଠଶିଷ୍ୟ ରବୀନ୍ଦ୍ର ମିଶ୍ର, ରଞ୍ଜନ ବରାଳ, ଉତ୍ତମ ସାହୁ, ସୁରେନ୍ଦ୍ର ରାଉତ, ମାଗୁଣୀ ସାହୁ, ପ୍ରାଧ୍ୟାପକ ପ୍ରଶାନ୍ତ ସାମଲ, ପର୍ଶୁରାମ ପ୍ରଧାନ ପ୍ରମୁଖ ଶିଳ୍ପୀମାନେ ଭଜନ ସମ୍ରାଟ କାଳଜୟୀ ଭଜନ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କବି ଡଃ ରତ୍ନାକର ମଲ୍ଲିକ, ନାଟ୍ୟକାର ଭୀମସେନ ପ୍ରଧାନ, ସେୟାର ସମ୍ପାଦକ କିଶୋର ସ୍ୱାଇଁ, ଗୁରୁ ପ୍ରକାନ୍ତ ମହାରଣା, ଫଗୁଚରଣ ସ୍ୱାଇଁ, ଅଙ୍କିତା ପରିଡା, କେଦାର ସ୍ୱାଇଁ, ମାନସ ପରିଡା ଏବଂ ତୋଫାନ ମଲ୍ଲିକ ଉପସ୍ଥିତ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading