ଚିତ୍ରଗୁପ୍ତଙ୍କ ପୂଜା ଅନୁଷ୍ଠିତ



କେନ୍ଦ୍ରାପଡା ୩/୧୧- କେନ୍ଦ୍ରାପଡା ଜିଲା କରଣ ସମାଜ ପକ୍ଷରୁ କୁଳଗୁରୁ ଭଗବାନ ଚିତ୍ରଗୁପ୍ତଙ୍କ ପୂଜା ସ୍ଥାନୀୟ ପାହାଡପୁର ମଠରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୈଳାସ ଚନ୍ଦ୍ର ମହାନ୍ତିଙ୍କ ପୌରୋହିତ୍ୟରେ ଅୟୋଜିତ ପୂଜାରେ ଭଗବାନ ଚିତ୍ରଗୁପ୍ତଙ୍କ ଆବାହନ କରାଯିବା ସହ ହୋମ, ଯଜ୍ଞ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ସଭାପତି ଡାକ୍ତର ରମାନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକ ଆଲୋଚନା କରାଯାଇଥିଲା । ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ କରିବା ପାଇଁ ବ୍ଲକ୍ ସ୍ତରରେ ନାନବିଧ କାର୍ଯ୍ୟକ୍ରମ ହାତକୁ ନେବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତେବେ ଆସନ୍ତା ଜାନୁଆରୀ ମାସରେ ଜିଲାସ୍ତରୀୟ ସମ୍ମୀଳନୀ ଆୟୋଜନ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ମହାନ୍ତି, ବସନ୍ତ କୁମାର ଦାସ, ସଚିନନ୍ଦନ ଦାସ, ଆଶୁତୋଷ ମହାନ୍ତି, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।


Next Post

"ଦାନା' କ୍ଷୟକ୍ଷତି ଭରଣା ପାଇଁ ସିପିଆଇ(ଏମ୍‌) ପକ୍ଷରୁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଦାବିପତ୍ର

Mon Nov 4 , 2024
ପଟ୍ଟାମୁଣ୍ଡାଇ, ୪/୧୧ -ବାତ୍ୟା ଦାନା ପଟ୍ଟାମୁଣ୍ଡାଇ ତହସିଲ ଅଂଚଳରେ ବ୍ୟାପକ କ୍ଷତି ଘଟାଇଛି। ଏପରିକି ପବନରେ ଚାଳଛପର ଘର ସମେତ ଚାଷକ୍ଷେତରେ ଫସଲ ଉଜାଡିଦେଇଛି । ବିଶେଷକରି ବାତ୍ୟା ପ୍ରଭାବରେ ଲଗାଣବର୍ଷାରେ ଧାନ, ବିରି ଓ ପରିବା ଫସଲ ବ୍ୟାପକ କ୍ଷତି ହୋଇଛି । ଇତିମଧ୍ୟରେ ୧୧ଦିନ ବିତିଯାଇଥିଲେ ମଧ୍ୟ ବିପନ୍ନଙ୍କ ପାଖରେ ରିଲିଫ ପହଁଚିି ପାରିନଥିବା ବେଳେ କ୍ଷୟକ୍ଷତିର ଭରଣା ଏ ପର୍ଯ୍ୟନ୍ତ କରାଯାଇ ନାହିଁ ।ଏଥିନେଇ ସିପିଆଇ(ଏମ୍‌) […]

KANIKA