ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି


କେନ୍ଦ୍ରାପଡ଼ା,୪ା୧୧: କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ଶିଶୁମହୋତ୍ସବ ସୁରଭି -୨୦୨୪ କଂସାର ସାହସପୁର ଉଚ୍ଚ ବିଦ୍ୟାଳୟର ପରିସରରେ ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ହିରଣ୍ୟ ବାରିକ, ଜିଲ୍ଲାପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ନୋଡାଲ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ପ୍ରଧାନ, କଂସାର ସାହସପୁର ଗ୍ରାମପଞ୍ଚାୟତର ସରପଞ୍ଚ ସରୋଜିନୀ ନାୟକ, ସମିତି ସଭ୍ୟ ସରୋଜ ରଞ୍ଜନ ଜେନା, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ରମେଶ ଚନ୍ଦ୍ର ସେଠୀ, କଂସାର ସାହସପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳ ପ୍ରମୁଖ ଯୋଗଦେଇ ଶିଶୁମହୋତ୍ସବରେ ଶିଶୁମାନଙ୍କ ଅନ୍ତର୍ନିହିତ ସୃଜନୀଶକ୍ତିର ବିକାଶ ସୁରଭିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ଶ୍ରୀବଳଦେବଜୀଉଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ବିଷ୍ଣୁ ଚରଣ ସାମଲ ବେଦପାଠ କରିଥିଲେ। ସିଆରସିସି ଅନନ୍ତ କୁମାର ପରିଡା ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। କଂସାର ସାହସପୁର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଶିଶୁମାନଙ୍କ ସୁପ୍ତ ପ୍ରତିଭାକୁ ପ୍ରସ୍ଫୁଟିତ କରିବାପାଇଁ ସୁରଭି କାର୍ଯ୍ୟକ୍ରମ ଏକ ଉପଯୁକ୍ତ କ୍ଷେତ୍ର ବୋଲି ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ। ଗୁରୁଭକ୍ତିକୁ ପ୍ରାଧାନ୍ୟ ଦେଇ ସମର୍ପିତ ମନୋଭାବ ନେଇ କାର୍ଯ୍ୟ କଲେ ସଫଳ ହୋଇପାରିବ ବୋଲି ଶିଶୁମାନଙ୍କୁ ମୁଖ୍ୟଅତିଥି ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସଭା ସଞ୍ଚାଳନ କରିଥିଲେ ଅନନ୍ତ କୁମାର ପରିଡା ଓ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାଉତ। ପରେ ଶିଶୁମାନଙ୍କ ମଧ୍ୟରେ ବକ୍ତୃତା, ବାଗ୍ମିତା, ପ୍ରବନ୍ଧ, କୁଇଜ, ସଂଗୀତ, ସୃଜନଶୀଳ ଲିଖନ, ଚିତ୍ରାଙ୍କନ, ହସ୍ତଶିଳ୍ପ, ଚିତ୍ରକଳା, ହସ୍ତାକ୍ଷର ଓ ଶ୍ରୁତଲିଖନ, ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ହିରଣ୍ୟ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ, ସମ୍ମାନିତ ଅତିଥି ଭାବେ ଏଲିମେଣ୍ଟାରୀ ଓ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ଯଥା ରାଜେନ୍ଦ୍ର ପ୍ରସାଦ ରାଉତ, ରାଜକିଶୋର ବିଶ୍ୱାଳ, ଦାଶରଥି ନାୟକ, ଦୁଃଶାସନ ରାଉତ, ବିଭୁପ୍ରସାଦ ନାୟକ, ତପନ କୁମାର ଦାଶ ପ୍ରମୁଖ ଯୋଗଦେଇ ଥିଲେ। ସଭାକାର୍ଯ୍ୟକୁ ସଞ୍ଚାଳନ କରିଥିଲେ ମା ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାନାଥ ମିଶ୍ର । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପରିଶେଷରେ ସିଆରସିସି ବିଭୁପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ପରିଚାଳନାରେ ସିଆରସିସି କିଶୋର ଚନ୍ଦ୍ର ଜେନା, ଅଚ୍ୟୁତାନନ୍ଦ ସାମଲ, ଅସଗର ଅଲ୍ଲୀ, ଦେବାଶିଷ ସାହୁ, ଶୈଲେନ ପରିଡା, ସ୍ନେହଲତା ପରିଡା, ପ୍ରଦୀପ ଖଟୁଆ, ବୈଲୋଚନ ସାମଲ, ଶୁଭେନ୍ଦୁ ବେହେରା, ସେକ ଗୟାସୁଦ୍ଦିନ, ତପନ ଜେନା, ରଞ୍ଜନ କିଶୋର ରାଉତ, ଦେବୀପ୍ରସାଦ ଦାସ ଓ ଶିକ୍ଷକ ସଂଘର ନେତୃବୃନ୍ଦ ମାନଭଞ୍ଜନ ପ୍ରଧାନ, ଶୈଳବାଳା ସାମଲ, ଅଶୋକ ସାହୁ, ଦେବେନ୍ଦ୍ର ନାୟକ, ଶିବନାରାୟଣ ମହାନ୍ତି, କାକୁଲୀ ମଲ୍ଲିକ ଓ କଂସାର ସାହସପୁର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ୟା ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ। ଶିଶୁମହୋତ୍ସବର ପ୍ରତ୍ୟେକ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଜିଲ୍ଲା ସ୍ତରୀୟ ଶିଶୁମହୋତ୍ସବ ସୁରଭିରେ ଆସନ୍ତା ନଭେମ୍ବର ଆଠ ତାରିଖ ଦିନ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରବେ।


Discover more from

Subscribe now to keep reading and get access to the full archive.

Continue reading