କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ କଳାଉତ୍ସବ ଉଦ୍‌ଯାପିତ



କେନ୍ଦ୍ରାପଡ଼ା,୬ା୧୧: କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ କଳାଉତ୍ସବ ଆଜି କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପେଡାଗୋଜି କୋଅର୍ଡିନେଟର କୀରଣ ତୃଷ୍ଣା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର ଯୋଗଦାନ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କଳାଉତ୍ସବକୁ ଉଦ୍‌ଘାଟନ କରିଥିଲେ । ସମ୍ମାନନୀୟ ଅତିଥି ଭାବରେ ଏଫ୍‌ସି ସୂର୍ଯ୍ୟନାରାୟଣ ମିଶ୍ର, କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ନାୟକ ଓ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସ ଯୋଗଦାନ କରି କଳାଉତ୍ସବର ଉଦ୍ଦେଶ୍ୟ ଜ୍ଞାପନକରିଥିଲେ । ଏଥିରେ ସିଆର୍‌ସିସି ଅନନ୍ତ କୁମାର ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କଳା ମଣିଷକୁ ସରସ, ସୁନ୍ଦର ଓ ଆକର୍ଷଣୀୟ କରି ଗଢିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୋକାଲ ମ୍ୟୁଜିକ, ଇନଷ୍ଟ୍ରୁମେଣ୍ଟାଲ ମ୍ୟୁଜିକ, ଥିଏଟର, ଭିଜୁଆଲ ଆର୍ଟ, ପାରମ୍ପରିକ ଗଳ୍ପ କଥନ ଓ ନୃତ୍ୟକଳା ସମ୍ପର୍କରେ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା କୃତି ପ୍ରତିଯୋଗିମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ କଳା ପ୍ରଦର୍ଶନ କରିଥିଲେ ।
ଅପରାହ୍ନରେ ଡେରାବିଶ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗଦାନ କରି କହିଲେ ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ନିମନ୍ତେ ଏହିଭଳି କଳାଉତ୍ସବ ଇତ୍ୟାଦି ପ୍ରକୃଷ୍ଟ ମାଧ୍ୟମ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସ ଯୋଗଦାନ କରି କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ୍ ପ୍ରଦାନ କରି ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜନଗର ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ଜେନା, ଶିକ୍ଷକ ବିଷ୍ଣୁ ଚରଣ ସାମଲ, ଶିବ ପ୍ରସାଦ ମହାନ୍ତି, ଦେବେନ୍ଦ୍ର ନାୟକ, ମହମ୍ମଦ ଅସଗର ଅଲ୍ଲୀ, ଫାଏଜ ଉଦ୍ଦିନ, ପଟ୍ଟାମୁଣ୍ଡାଇ ନୋଡାଲ ସିଆର୍‌ସିସି ସଞ୍ଜୟ କୁମାର ସାହୁ ପରିଚାଳନା କରିଥିଲେ । ଶେଷରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କୃତକାର୍ଯ୍ୟ ହୋଇଥିବା କୃତି ପ୍ରତିଯୋଗୀମାନେ ଚଳିତ ମାସ ୮ତାରିଖରେ କଟକଠାରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ ସ୍ତରୀୟ ପ୍ରତିଯୋଗୀତାରେ ଭାଗନେବେ ବୋଲି ପେଡାଗୋଜି କୋଅର୍ଡିନେଟର କୀରଣ ତୃଷ୍ଣା ସାହୁ ସୁଚନା ପ୍ରଦାନ କରିଛନ୍ତି ।


Next Post

କଳା ସଂସ୍କୃତି ଓ ଅସ୍ମିତା ରୁଦ୍ଧିମନ୍ତ ହେଉ : ପଟ୍ଟାମୁଣ୍ଡାଇ ବୋଇତ ବନ୍ଦାଣ ପ୍ରସ୍ତୁତି

Thu Nov 7 , 2024
ପଟ୍ଟାମୁଣ୍ଡାଇ ତା ୬/୧୧- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରେ ଆଗାମୀ ବୋଇତ ବନ୍ଦାଣ ଉତ୍ସବକୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ କଳା ତୀର୍ଥ […]

KANIKA