ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଡ ବଣ୍ଟନ



କେନ୍ଦ୍ରାପଡ଼ା, ତା ୮/୧୧ : ଶୁକ୍ରବାର ଅପରାହ୍ଣ ୫.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର କାର୍ଡ ବଣ୍ଟନ କରିଛନ୍ତି । ୧୩୨ ଜଣ ଯୋଗ୍ୟ ଇନସୁରାନ୍ସ୍ କାର୍ଡଧାରୀଙ୍କ ମଧ୍ୟରୁ ମୋଟ ୨୩ ଜଣ ଉପସ୍ଥିତ ରହି ଆଜି ସେମାନଙ୍କ କାର୍ଡ ସଂଗ୍ରହ କରିଛନ୍ତି । ସମ୍ବାଦିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଇଥିବା ଏହି ମହତ ପଦକ୍ଷେପର ଭୂୟସି ପ୍ରଶଂସା ଏହି ଅବସରରେ ସାମ୍ବାଦିକମାନେ କରିଥିଲେ । ସୂଚନାଯୋଗ୍ୟ ଯେ, ଗତବର୍ଷ ଆବେଦନ କରିଥିବା ସାମ୍ବାଦିକଙ୍କ ମଧ୍ୟରୁ ମୋଟ ୧୩୨ ଜଣ ସାମ୍ବାଦିକଙ୍କ କାର୍ଡକୁ ନବୀକରଣ କରାଯାଇ ଏହି ବର୍ଷ ସେମାନଙ୍କୁ ସେମାନଙ୍କର କାର୍ଡ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । ନୂତନ ଭାବେ ଆବେଦନ କରିଥିବା ସାମ୍ବାଦିକମାନଙ୍କ କାର୍ଡ ଏ ପର୍ଯ୍ୟନ୍ତ ସୂଚନା । ଲୋକସମ୍ପର୍କ କାର୍ଯ୍ୟାଳୟରେ ହସ୍ତଗତ ହୋଇନାହିଁ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ଏସଆରଏ ପ୍ରଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ଅବକାରୀ ବିଭାଗ ପକ୍ଷରୁ ଚଢାଉ ବିପୁଳ ପରିମାଣର ଚୋରାମଦ ଜବତ

Fri Nov 8 , 2024
କେନ୍ଦ୍ରାପଡ଼ା,୮ା୧୧: କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଜବତ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ମାର୍ଶାଘାଇ, ମହାକାଳପଡା ଓ ପାଟକୁରା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୯୪ଲିଟର ଦେଶୀ ଓ ୭ଲିଟର ବିଦେଶୀ ଚୋରା ମଦ ଜବତ କରାଯିବା […]

KANIKA