ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର, ଅଭିଭାବକ


ପଟ୍ଟାମୁଣ୍ଡାଇ, ୮/୧୧- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଛାତ୍ରୀଛାତ୍ର ଓ ଅଭିଭାବକ ମାନେ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି । ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ ଜଣ ଛାତ୍ରୀଛାତ୍ର ପାଠ ପଢ଼ିଥିବା ବେଳେ ୪ ଜଣ ଶିକ୍ଷକ ଶିକ୍ଷାଦାନ କରାଉଛନ୍ତି । ତେବେ ଏଠାରେ ଶିକ୍ଷକ ଅଭାବରୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାଦାନ ମିଳି ପାରୁନାହିଁ ବୋଲି ଅଭିଭାବକମାନେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିଲେ ।ଅନ୍ୟପଟେ ସ୍କୁଲରେ ଶିକ୍ଷକ ନିଯୁକ୍ତି ବଦଳରେ ଏଠାରୁ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଉଥିବା ଅଭିଭାବକ ଶୁଣିଥିଲେ । ଏଥିନେଇ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ସ୍କୁଲରେ ତାଲା ପକାଇ ଦେଇଥିଲେ । ଶିକ୍ଷକଙ୍କର ବଦଳି ବାତିଲ କରାଯିବା ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଯୋଗାଇବାକୁ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି କୁହାଯାଇଛି । ଏନେଇ ପଟ୍ଟାମୁଣ୍ଡାଇ ବିଇଓ ହରିହର ଦଳଇଙ୍କୁ ପଚାରିବାରେ ପଟ୍ଟାମୁଣ୍ଡାଇ ବାଳିକା ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଅଧିକ ଶିକ୍ଷକଥିବା ନରସିଂହପୁର ସ୍କୁଲରୁ ଜଣେ ଶିକ୍ଷକଙ୍କୁ ଅଣାଯିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ନରସଂହପୁର ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ କଥାକୁ ବିଚାରକୁ ନିଆଯିବ ବୋଲି ସେ କହିଥିଲେ ।


Next Post

ଶିବାନନ୍ଦ ଆଶ୍ରମରେ ଗୋଷ୍ଠାଷ୍ଟମୀ ପାଳିତ

Sat Nov 9 , 2024
କେନ୍ଦ୍ରାପଡ଼ା,୯ା୧୧: ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଶନିବାର ପବିତ୍ର ଗୋଷ୍ଠାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରାତଃରେ ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ରୀତି ନୀତି ଓ ବିଧି ବିଧାନ ଅନୁଯାୟୀ ଗୋପୂଜନ କରିବା ସହିତ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ। ଗୋମାତାମାନଙ୍କୁ ବସ୍ତ୍ର, ପୁଷ୍ପ,ଚନ୍ଦନ, ଧୂପ ଓ ଦିପ ପ୍ରଭୃତି ପ୍ରଦାନ ପୂର୍ବକ ପୂଜାର୍ଚ୍ଚନା କରିବା ପରେ ଆଳତୀ ପ୍ରଦାନ କରିଥିଲେ। ଏହାପରେ ସେମାନଙ୍କୁ ନୈବେଦ୍ୟ […]

KANIKA