ତରଡ଼ିପାଳରେ ପ୍ରଧାନଶିକ୍ଷକ ସମ୍ମିଳନୀ


ପଟ୍ଟାମୁଣ୍ଡାଇ ତା ୧୦/୧୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ି ପାଳ ମାଳତୀ ଦେବୀ ବାଳିକା ହାଇସ୍କୁଲ ଠାରେ ୧୧ ତମ ମାଧ୍ୟମିକ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟ ଓ ଗଙ୍ଗାରାମପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ କବିଙ୍କ ସଂଯୋଜନାରେ ଆୟୋଜିତ ପ୍ରଧାନ ଶିକ୍ଷକ ସମ୍ମିଳନୀରେ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁରମା ମହାପାତ୍ର, ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ, ପ୍ରାକ୍ତନ ନୋଡାଲ ସ୍କୁଲ୍ ପ୍ରଧାନଶିକ୍ଷକ ସଚିତ୍ର କୁମାର ବେହୁରା, ନୋଡାଲ ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ବେହେରା,ତରଡ଼ିପାଳ ମାଳତୀ ଦେବୀ ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ମଧୁଛନ୍ଦା ଶର୍ମା ମହାବୀର ମଦନପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବିଜୟ କୁମାର ବେହେରା , ଖଡ଼ିଅଣ୍ଟା ହାଇସ୍କୁଲ ପ୍ରଧାନଶିକ୍ଷକ ଆଶିଷ କୁମାର ଦାସ,ସି ଆର ସି ସି ପ୍ରଦୀପ କୁମାର ତରାଇ ପ୍ରମୁଖ ଯୋଗ ଦେଇ କୋମଳମତି ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହିତ ୨୯୨୯ ଶିକ୍ଷାନୀତି ସ୍କୁଲ ସ୍ତରରେ କାର୍ଯ୍ୟକାରୀ ହେବା ନେଇ ପ୍ରଧାନ ଶିକ୍ଷକ ଓ ପ୍ରଧାନଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।  ଏଥିରେ ଉପସ୍ଥିତ ଥିବା ସମସ୍ତ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟତ୍ରୀମାନେ ନିଜ ନିଜର ମୁଲ୍ୟବାନ ମତାମତ ଦେଇଥିଲେ । ଆଜିର ଆଲୋଚ୍ୟ ପ୍ରସଙ୍ଗରେ ଛାତ୍ରଛାତ୍ରୀ ମାନଙ୍କର ଆପାର ଆଡି,ୟୁଡାଇସି ପ୍ଳସ,ନାସ ପରୀକ୍ଷା,ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କର ଫର୍ମ ଫିଲପ ପରେ ରେ ମାର୍କ ଅନଲାଇନ୍ରେ ଅପଲୋଡ଼ ହେବ, ଖାନ୍ ଏକାଡେମୀ,ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆଦି ଅନେକ ଗୁରୁତ୍ତ୍ୱପୂର୍ଣ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।ମାଳତୀ ଦେବୀ ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ମଧୁଛନ୍ଦା ଶର୍ମା ସ୍ୱାଗତଭାଷଣ ଓ ଅଣ୍ଢରା ବନ୍ଦେ ମାତରମ ହାଇସ୍କୁଲ ପ୍ରଧାନଶିକ୍ଷକ ଅମିର କୁମାର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ତରଡିପାଳ ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ମୁକ୍ତା ମାମ୍ ଧନ୍ୟବାଦ୍ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading