ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୧୦୫ ୟୁନିଟ ରକ୍ତ ସଂଗ୍ରହ


ପଟ୍ଟାମୁଣ୍ଡାଇ ୧୦/୧୧-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ନିଗିନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଷରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୧୦୫ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଛନ୍ତି। ଏହି ରକ୍ତଦନ ଶିବିରକୁ ସ୍ୱାମୀ ବିବେକାନନ୍ଦ ଯୁବ ସମାଜ ସଂଯୋଜକ ମଳୟ କୁମାର ବାରିକ, ଉତ୍କଳମଣୀ ଯୁବକସଂଙ୍ଗ ସଭାପତି ଗୌତମ ବେହେରା, ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଲକ୍ଷ୍ମୀକାନ୍ତ ଜେନା, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦମନ ମହାନ୍ତି, ଜାତୀୟ ଯୁବ ପ୍ରକଳ୍ପ କେନ୍ଦ୍ରାପଡ଼ା ଶାଖା ସଂଯୋଜକ ସତ୍ୟବ୍ରତ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ମେଗା ଶିବିରକୁ ଗ୍ରାମାଂଚଳ ଆଇଆଇସି ପଦ୍ମାଳୟା ପ୍ରଧାନ ଉଦ୍‌ଘାଟନ କରିଥିଲେ । ଏଥି ସହିତ ସ୍କୁଲ ପରିସରରେ ଅନୁଷ୍ଟିତ ଏକସଭାରେ ଯୋଗଦେଇ କହିଥିେଲେ ଯେ ସ୍ୱେଚ୍ଛାରେ ଯଦି ଜଣେ ବ୍ୟକ୍ତି ନିଜ ଶରୀରରୁ ରକ୍ତ ଡାକ୍ତରୀ ପଦ୍ଧତିରେ ଦାନ କରିଥାନ୍ତି ତାହାକୁ ରକ୍ତଦାନ କୁହାଯାଏ । ଏହା ଭଗବାନ ଙ୍କର ଦାନ ବୋଲି କହିଲେ ଅତ୍ରୁଟି ହେବାନାହିଁ । କଥାରେ ଅଛି ରକ୍ତଦାନ ମହତଦାନ। ରକ୍ତଦାନ କରି ଜଣକ ଜୀବନ ବଂଚାଇ ପରିବା। ପ୍ରତି ସେକେଣ୍ଡରେ କାହାକୁ ନା କାହାକୁ ରକ୍ତ ଆବଶ୍ୟକ ପଡିଥାଏ। ରକ୍ତ ତିଆରି କରାଯାଇ ପାରେନାହିଁ। ସେଥିପାଇଁ ରକ୍ତଦାନ କରି ହିଁ ଜଣକ ଜୀବନ ରକ୍ଷା କରାଯାଇପାରିବେ। ରକ୍ତଦାନ ପରେ ଯେଉଁ ସନ୍ତୋଷ ଭାବନା ଆସିଥାଏ ତାକୁ ନଜର ଅନ୍ଦାଜ କରାଯାଇ ପାରିବନାହିଁ। ଏହି ମନୋବୈଜ୍ଞାନିକ ସ୍ୱାସ୍ଥ୍ୟ ପାଇଁ ସକାରାତ୍ମକ ପଦକ୍ଷେପ ପ୍ରମାଣିତ ହୋଇଥାଏ। ନିୟମିତ ଏହିଭଳି କଲେ ଅବସାଦ ଏବଂ ଚିନ୍ତା ମଧ୍ୟ ହ୍ରାସ ପାଇଥାଏ ବୋଲି କହିଥିଲେ । କଟକ ଏସସିବିର ରକ୍ତ ଭଣ୍ଡାର ବିଶେଷଜ୍ଞ ଡାକ୍ତର କୌସିକ ପାତ୍ରଙ୍କ ନେତୃତ୍ୱରେ କେ ଡାକ୍ତରୀ ଦଳ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ସ୍ୱାମୀ ବିବେକାନନ୍ଦ ଯୁବ ସମାଜ ସଭ୍ୟ ମଳୟ ରଞନ ବାରିକ , ଗୌତମସାହୁ, ସତ୍ୟରଞନ ସାହୁ, ମଦନ ଦାସ,ଦେବଦତୀ ଦାଶ, ମନୋଜ ପ୍ରଧାନ, ବିଭୁତି ପ୍ରଧାନ ପ୍ରମୁଖ ଏଥିରେ ସହାୟତା କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading