ବିଜେଡି ଡିଜିଟାଲ ସଭ୍ୟ ସଂଗ୍ରହ ତାଲିମ



ପଟ୍ଟାମୁଣ୍ଡାଇ ୧୦/୧୧ କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଓ ମୁନିସିପାଲିଟିରେ ବିଜେଡି ଡିଜିଟାଲ ସଭ୍ୟ ସଂଗ୍ରହ ତାଲିମ ଶିବିର ରାବିବାର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ତାଲିମ ଶିବିରରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡ଼ିଶା ଓ ଓଡ଼ିଆଙ୍କ ସ୍ୱାର୍ଥ ସ୍ୱାଭିମାନର ଜାଗ୍ରତ ପ୍ରହରୀ ବିଜେଡିର ସଂଗଠନକୁ ଅଧିକ ସୁଦୃଢ କରିବା ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି । ଡିଜିଟାଲ ଯୁଗରେ ଘରେ ବସି ବିଜେଡି ସଭ୍ୟ ହେବା ପାଇଁ ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଡିଜିଟାଲ ପ୍ଲାଟ ଫର୍ମର ସାହାଯ୍ୟ ନେବା ଆବଶ୍ୟକ ହୋଇପଡିଛି । ଏ ଦିଗରେ ଯୁବଛାତ୍ରମାନେ ଉପଯୁକ୍ତ ତାଲିମ ଗ୍ରହଣ କଲେ ସଭ୍ୟ ସଂଗ୍ରହ ଅଭିଯାନ ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ମତପ୍ରକାଶ କରିବା ସହିତ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନଗର ଯୁବବିଜେଡି ସଭାପତି ଅଶୋକ ଧଳ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ପଂଚାନନ ଧଳ ସମେତ ବହୁ ବିଜେଡି ନେତା କର୍ମକର୍ତା, ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ ଓ ଛାମୁଆ ଯୁବ ଛାତ୍ର କର୍ମୀମାନେ ଯୋଗ ଦେଇଥିଲେ ।


Next Post

ପିଲା ଚୋରି ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ , ନିର୍ଧୁମ ଛେଚିଲେ, ଉଦ୍ଧାର କଲା ପୋଲିସ

Mon Nov 11 , 2024
ପଟ୍ଟାମୁଣ୍ଡାଇ ୧୧/୧୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ନିମପୁର ଶାସନ ଗାଁରେ ସୋମବାର ସକାଳ ପ୍ରାୟ ସାଢ଼େ ୮ଟାରେ ୨ଜଣ ଅଣଓଡ଼ିଆ ଲୋକ ପିଲା ଚୋରି କରି ନେଇ ଯାଉଥିବା ବେଳେ ଗ୍ରାମବାସୀ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ଖବର ପାଇ ଗ୍ରାମାଞ୍ଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ସଦଳବଳ ପହଁଚି ଉତ୍ୟକ୍ତ ଲୋକଙ୍କଠାରୁ ୨ଅଣଓଡ଼ିଆ ଲୋକଙ୍କୁ ଉଦ୍ଧାର କରି ପ୍ରଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ପାଇଁ […]

KANIKA