
ପଟ୍ଟାମୁଣ୍ଡାଇ ୧୧/୧୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ନିମପୁର ଶାସନ ଗାଁରେ ସୋମବାର ସକାଳ ପ୍ରାୟ ସାଢ଼େ ୮ଟାରେ ୨ଜଣ ଅଣଓଡ଼ିଆ ଲୋକ ପିଲା ଚୋରି କରି ନେଇ ଯାଉଥିବା ବେଳେ ଗ୍ରାମବାସୀ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ଖବର ପାଇ ଗ୍ରାମାଞ୍ଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ସଦଳବଳ ପହଁଚି ଉତ୍ୟକ୍ତ ଲୋକଙ୍କଠାରୁ ୨ଅଣଓଡ଼ିଆ ଲୋକଙ୍କୁ ଉଦ୍ଧାର କରି ପ୍ରଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ପାଇଁ ନେଇଥିଲା। ପରେ ଥାନାକୁ ଆଣି ସମୁଦାୟ ଘଟଣାର ତଦନ୍ତ ଆରମ୍ଭ କରୁଛନ୍ତିା

ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତା ଶାସନ ଛକରେ ଜଣେ ଅଣଓଡ଼ିଆ ମହିଳା ଓ ପୁରୁଷ ଏକ ମୋଟରସାଇକେଲରେ ପ୍ଲାଷ୍ଟିକ ଡବା ବିକ୍ରି କରିବାକୁ ଆସି ନିମପୁର ଶାସନ ଗ୍ରାମର ଅରୁଣ ମଳିକଙ୍କ ୫ ବର୍ଷର ପୁଅ ସାଇଙ୍କୁ ଡବାରେ ପୁରାଇ ନେଉଥିବା ବେଳେ ଅନ୍ୟ ଏକ ପିଲା ଦେଖି ପାଟିକରି ଚିଲାଇଥିଲେ । ଏହାଜାଣି ସାହିପଡିଶା ଓ ଗ୍ରାମ ବାସୀ ତତକ୍ଷଣାତ ଘଟଣାସ୍ଥଳରେ ପହଂଚି ୨ଅଣ ଓଡ଼ିଆ ପୁରୁଷ ଓ ମହିଳାଙ୍କୁ ପିଲା ଚୋରୀ ଅଭିଯୋଗରେ ନିର୍ଧୁମ ଛେଚିବା ସହିତ ଶାସନ ପଂଚାୟତ ଅଫିସ ଘରେ ଅଟକ ରଖିଥିଲେ ।ଘଟଣା ସ୍ଥଳରୁ କ୍ଷତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରିଥିଲେ । ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ପୋଲିସ ପହଂଚି ଦୋଷୀକୁ ପୋଲିସ ଗାଡ଼ିରେ ନେବା ସମୟରେ ସାଧାରଣ ଜନତା ପୋଲିସ୍କୁ ମଧ୍ୟ ଛାଡି ନଥିଲେ । ଦୀର୍ଘ ୨ ଘଂଟା ଧରି ଉତେଜନା ଲାଗି ରହିଥିଲା । ଆଇଆଇସି ନିଜେ ଗ୍ରାମବାସୀଙ୍କୁ ବହୁ ବୁଝା ସୁଝା ପରେ ଉଭୟ ପୁରୁଷ ଓ ମହିଳାଙ୍କୁ ଥାନାରେ ଅଟକ ରଖି ସମୁଦାୟ ଘଟଣାର ତଦନ୍ତ ଆରମ୍ଭ କରିଛି । ପିଲା ଚୋରୀ ଅଭିଯୋଗରେ ଥାନାରେ ଅଟକ ୨ ଅଣଓଡ଼ିଆ ପୁରୁଷ ଓ ମହିଳା ମଧ୍ୟପ୍ରଦେଶ ରାଜ୍ୟର ବୋଲି ଶୁଣାଯାଉଛି । ତେବେ ସେମାନେ ପ୍ରକୃତରେ ପିଲା ଚୋର ନା ଅନ୍ୟ କେହି ସେନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିପାରି ନାହିଁ ।
ପ୍ରକାଶଥାଉକି ଗତ ଅକ୍ଟୋବର ମାସ ପହିଲାରେ ଦୋଷୀଆ ପଂଚାୟତ ଆନନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଖାଇବା ଛୁଟରେ ଛାତ୍ରୀଛାତ୍ରଙ୍କୁ ଛୁରି ଦେଖାଇ ଅପହରଣ ଉଦ୍ୟମ କରିବା ବେଳେ ଫେରି ବେପାର କରୁଥିବା ଦୁଇ ମହିଳା ଜଣେ ଯୁବକଙ୍କୁ ଧରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଥିଲେ।











