ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଡିଓଙ୍କୁ ଦାବିପତ୍ର


କେନ୍ଦ୍ରାପଡ଼ା, ୧୨ା୧୧ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ନମିତା ବାରିକଙ୍କୁ ଏକ ୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବି ଗୁଡିକ ମଧ୍ୟରେ ସୁଭଦ୍ରା ଯୋଜନାରେ ସମସ୍ତ ମା’ମାନଙ୍କୁ ସାମିଲ କରାଯାଇ ଗୋଟିଏ କିସ୍ତିରେ ୫୦ହଜାର ଟଙ୍କା ପ୍ରଦାନ କରାଯିବା, ଲକ୍ଷ୍ମୀନାରାୟଣ ପୁର ଗ୍ରାମପଞ୍ଚାୟତରେ ବରାହିଲୋ ଗ୍ରାମରେ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ପକ୍ଷରୁ ଓଭରବ୍ରିଜ ନିର୍ମାଣ କରାଯିବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ତୁରନ୍ତ କମାଯିବା, ଡେରାବିଶ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ଘଣ୍ଟିଆ ଆଉଟଡୋର ସେବା ସହିତ ଡାକ୍ତର ନିଯୁକ୍ତି କରାଯିବା, ସରକାର ଘୋଷଣା କରିଥିବା ବାର୍ଦ୍ଧକ୍ୟ ଭତ୍ତା ୬୦ବର୍ଷ ବୟସର ବ୍ୟକ୍ତିଙ୍କୁ ୩ହଜାର ୫ଶହ ଟଙ୍କା ପ୍ରଦାନ କରାଯିବା, ଲକ୍ଷ୍ମୀନାରାୟଣପୁର ଦେଇ ଯାଇଥିବା ୬ନମ୍ବର କେନାଲର ପୁର୍ନଉଦଯଦାର କରାଯିବା ଓ ଡେରାବିଶ ବ୍ଲକରେ ସରକାରଙ୍କ ଦ୍ୱାରା ଏକ ବୃହତ୍ତ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଡିଓଙ୍କୁ ଏହି ଦାବିପତ୍ର ପ୍ରଦାନ ସମୟରେ ସି.ପି.ଆଇ. ଜିଲ୍ଲା କମିଟି ସଭ୍ୟ ରଞ୍ଜନ କୁମାର ମଳିକ, ଉତ୍ତମ ଚରଣ ଜେନା, ଶୁକଦେବ ମଲ୍ଲିକ, କୁବେର ସାହୁ, ଦାମୋଦର ମଲ୍ଲିକ, ପଦ୍ମନାଭ ଦାସ, ପ୍ରସନ୍ନ କୁମାର ଦାସ, ନିରଞ୍ଜନ ଦାସ, ଦୀପକ କୁମାର ପଟ୍ଟନାୟକ ଓ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।


Next Post

ଭିନ୍ନକ୍ଷମଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ନିବେଦନ

Tue Nov 12 , 2024
କେନ୍ଦ୍ରାପଡ଼ା,୧୨ା୧୧: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମପଞ୍ଚାୟତର ବରାହିଲୋ ଗ୍ରାମର ଅନାମ ଚରଣ ମଳିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବାସଗୃହ ନିର୍ମାଣ ନିମନ୍ତେ ସରକାରୀ ସହାୟତା ଯୋଗାଇ ଦେବାକୁ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ନମିତା ବାରିକଙ୍କୁ ଭେଟି ନିବେଦନ କରିଛନ୍ତି। ସେ ଜଣେ ଭିନ୍ନକ୍ଷମ ତଥା ଦଳିତ ସଂପ୍ରଦାୟର ଗରିବ ଲୋକ ଅଟନ୍ତି। ପୂର୍ବରୁ ବାରମ୍ବାର ସେ ଏଥିନିମନ୍ତେ ଦରଖାସ୍ତ କରିଥିଲେ ବି ତାଙ୍କ […]

KANIKA