
ଭୁବନେଶ୍ୱର,୨୨ା୧୧: ରାଜ୍ୟରେ ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ବିଜୁଜନତା ଦଳ ତରଫରୁ ଅଭିଯୋଗକରାଯାଇଛି। ଶଙ୍ଖଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ଶ୍ରୀ କଳିକେଶ ନାରାୟଣସିଂଦେଓ ଓ ଦଳର ମୁଖପାତ୍ର ଡଃ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରିଛନ୍ତି। ଶ୍ରୀ କଳିକେଶ ନାରାୟଣସିଂଦେଓ କହିଥିଲେ, ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଅଞ୍ଚଳରେ ଏକ ଆଦିବାସୀମହିଳାତାର ପିଲାକୁ ବିକ୍ରି କରିଥିବା ଭଳି ଏକ ଅଭାବନୀୟ ଖବର ଆସିଛି, ଯାହା ରାଜ୍ୟ ପାଇଁ ଏକ ଲଜ୍ଜା ଜନକ ଘଟଣା। ଏହି ଘଟଣା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନିଜ ନିର୍ବାଚନ ମଣ୍ଡଳୀର ଘଟଣା ହୋଇଥିଲେ ମଧ୍ୟ ରାଜ୍ୟସରକାର ନୀରବରେ ବସିରହିଛନ୍ତି। ରାଜ୍ୟରେ, ଖାଦ୍ୟ ଅଭାବକାରଣରୁ ଆମ୍ୱ ଟାକୁଆ ଜାଉ ଖାଇ କନ୍ଧମାଳ ଜିଲ୍ଲାରେ ୩ ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସମଗ୍ର ରାଜ୍ୟ ପାଇଁ ଲଜ୍ଜା ଆଣିଥିବା ବେଳେ ରାଜ୍ୟ ସରକାର ଘଟଣା ସ୍ଥଳକୁ ନଯାଇ ଆମ୍ୱଟାକୁଆ ଆଦିବାସୀଙ୍କ ପାରମ୍ପରିକଖାଦ୍ୟ ବୋଲି ସମ୍ୱେଦନ ହୀନ ମନ୍ତବ୍ୟ ଦେଇଥିଲେ। ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ନଭେମ୍ୱର ୧୬ ତାରିଖ ଦିନ ଏକ ଆଦିବାସୀ ଯୁବତୀ ଗାଧୋଇ ସାରି ଘରକୁ ଫେରିବା ସମୟରେ ଅଭୟବାଗ ନାମକ ଏକ ଯୁବକତାଙ୍କୁ ଦୁର୍ବ୍ୟ ବହାର କରିବା ସହିତ ଜାତିଆଣ ଆକ୍ଷେପ କରିଥିଲେ । କେବଳ ପ୍ରତୀକାତ୍ମକଭାବେ ଆଦିବାସୀଙ୍କସ୍ୱାର୍ଥରକ୍ଷା ନାମରେଜଣେ ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବସାଯାଇଛି, କିନ୍ତୁ ଆଦିବାସୀଙ୍କୁଶୋଷଣ, ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡୁଛି ଓ ସରକାର ନିଦାବିଷ୍ଣୁ ସାଜି ବସିଛନ୍ତି ବୋଲି ଡଃ ସାମନ୍ତ ସିଂହାର କହିଥିଲେ।

