ପଟ୍ଟାମୁଣ୍ଡାଇ ବିଡ଼ିଓ ଦୁଃବ୍ୟବହାର ଘଟଣା , ଗଣ୍ଡଗୋଳକାରୀଙ୍କ ଗିରଫ ଦାବୀରେ ସମିତି ସଭ୍ୟାସଭ୍ୟ ଓ ସରପଞ୍ଚଙ୍କ ଆମରଣ ଅନଶନ


ପଟ୍ଟାମୁଣ୍ଡାଇ ୧୩/୧୧-ଗତ ୫ତାରିଖ ଦିନ ଜଣେ ଯୁବକ ପଟ୍ଟାମୁଣ୍ଡାଇ ବ୍ଲକ ଅଫିସରେ ପସି ବିଡିଓ ଶୁଭ୍ରାଂଶୁ ସାହୁଙ୍କୁ ଦୁଃବ୍ୟବହାର କରିବା ସହିତ ଗଣ୍ଡଗୋଳ କରିଥିଲେ । ବିଡ଼ିଓ ସାହୁ ଗଣ୍ଡଗୋଳକାରୀଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏଥିନେଇ ପୋଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗଣ୍ଡୋଗଳକାରୀଙ୍କୁ ଧରିବାରେ ସକ୍ଷମ ହେଉନାହିଁ । ଅଭିଯୋଗକୁ ଆଠ ଦିନ ବିତିଯାଇ ଥିବା ବେଳେ ଅଭିଯୁକ୍ତ ଖୋଲାମଖୋଲା ରାଜରାସ୍ତାରେ ବୁଲୁଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଏପରି ଟାଳଟୁଳ ନୀତି ଯୋଗୁଁ ବ୍ଲକ ଜନପ୍ରତିନିଧି ଓ କର୍ମଚାରୀ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ସେନେଇ ପଂଚୟତ ସମିତି ସଭ୍ୟାସଭ୍ୟ ଓ ସରପଂଚ ସଂଘ ପକ୍ଷରୁ ବୁଧବାର ଅଭିଯୁକ୍ତକୁ ଗିରଫ ଦାବିରେ ବ୍ଲକ ଅଫିସ ଫାଟକରେ ତାଲା ପକାଇ ଆମରଣ ଅନଶନରେ ବସିଛନ୍ତି । ଯେପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ୍‌ଯାଇଛି ଅନଶନ ଜାରି ରହିବା ବୋଲି କହିଛନ୍ତି ।

 

ପଟ୍ଟାମୁଣ୍ଡାଇ ବିଡ଼ିଓ ସାହୁଙ୍କୁ ଗତ ୫ ତାରିଖରେ ତାଙ୍କ ଅଫିସ ମଧ୍ୟରେ ମୁଳଗାଇଁ ଗ୍ରାମର ଜ୍ୟୋତିପ୍ରକାଶ ପ୍ରଧାନ ଦୁଃବ୍ୟବହାରକରିବା ସହିତ ଗଣ୍ଡଗୋଳ କରିଥିଲେ । ଘଟଣାପରେ ବିଡ଼ିଓ ଗଣ୍ଡଗୋଳକାରୀ ପ୍ରଧାନଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏକ ମାମଲା ୩୨୭/୨୦୨୪ ରୁଜୁ କରିଛି । ଗତ ୬ ତାରିଖ ଦିନ ଗଣ୍ଡଗୋଳ ଘଟଣାର ପ୍ରତିବାଦ ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବୀରେ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ କର୍ମଚାରୀ କଲମଛାଡ଼ ଆନ୍ଦୋଳନ ମଧ୍ୟ କରିଥିଲେ । ଯାହାଫଳରେ ପଟ୍ଟାମୁଣ୍ଡାଇ ବ୍ଲକ ସଂପୂର୍ଣ୍ଣ ଅଚଳ ହୋଇପଡିଥିଲା । ଏହି ଘଟଣା ଜାଣିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ହସ୍ତକ୍ଷେପ ପରେ ଅତିରିକ୍ତ ପିଡି ଦୟାସିନ୍ଧୁ ପରିଡ଼ା ଧାରଣାସ୍ଥଳରେ ପହଁଚି ୨୪ ଘଂଟା ଭିତରେ ଉକ୍ତ ଯୁବକଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ବ୍ଲକ କର୍ମଚାରୀ ମାନେ ୨୪ ଘଂଟା ପାଇଁ କଲମଛାଡ଼ ଆନ୍ଦୋଳନ ସ୍ଥଗିତ ରଖିଥିଲେ । ହେଲେ ଗଣ୍ଡଗୋଳକାରୀଙ୍କ ଗିରଫ ୨୪ ଘଂଟା ପରିବର୍ତେ ଆଠ ଦିନ ବିତିଯାଇଥିଲେ ମଧ୍ୟ କର୍ମଚାରୀମାନେ ଆନ୍ଦୋଳନ ପ୍ରତି ଆଗ୍ରହ ପ୍ରକାଶ ନକରି ନିଜନିଜ କାର୍ଯ୍ୟରେ ବ୍ୟସ୍ତରହିଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ଏହି ଘଟଣାରେ ପଂଚାୟତ ବିକାଶ ଦାୟିତ୍ୱ ନେଇଥିବା ପଂଚାୟତ ପ୍ରତିନିଧିମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ । ଗତ ୭ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ ସରପଂଚ ଓ ସମିତିସଭ୍ୟ ସଂଘର କର୍ମକର୍ତାମାନେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଭେଟି ବିଡ଼ିଓଙ୍କୁ ଦୁଃବ୍ୟବହାର କରିବା ସହିତ ବ୍ଲକ ଅଫିସରେ ଗଣ୍ଡଗୋଳ କରିଥିବା ଯୁବନେତାଙ୍କୁ ଗିରଫ ଦାବୀ କରିବା ସହିତ  ୮ତାରିଖରେ ଥାନାରେ ଆନ୍ଦୋଳନ  ମଧ୍ୟ କରିଥିଲେ । ହେଲେ ଘଟଣାକୁ ଦିର୍ଘ ଆଠଦିନ ବିତିଥିଲେ ମଧ୍ୟ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଅଭିଯୁକ୍ତଙ୍କ ଗିରଫରେ ଟାଳଟୁଳ ନିତି ଅବଲମ୍ବନ କରୁଥିବାରୁ ଗଣ୍ଡଗୋଳ କରିଥିବା ଯୁବକ ଖୋଲମଖୁଲା ବଜାରଘାଟରେ ବୁଲୁଛି । ଏହାକୁ ବିରୋଧ କରି ବୁଧବାର ପଂଚୟତ ସମିତିର ଉଭୟ ସଂଘର ପାଖାପାଖି ୪୦ରୁ ଉର୍ଦ୍ଧ୍ୱ ସଭ୍ୟାସଭ୍ୟ ଓ ସରପଂଚ ମାନେ ବୁଧବାର ଅଭିଯୁକ୍ତକୁ ଗିରଫ ଦାବିରେ ବ୍ଲକ ଅଫିସ ଫାଟକରେ ତାଲା ପକାଇ ଆମରଣ ଅନଶନରେ ବସିଛନ୍ତି । ଫଳରେ ବ୍ଲକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ବେଳେ ଦୂରଦୁରାନ୍ତରୁ ଆସୁଥିବା ଲୋକେ ଫେରିଥିବା ଦେଖିବାକୁ ମିଳିଛି ।

ପଟ୍ଟାମୁଣ୍ଡାଇ ବ୍ଲକ ମୁଖ୍ୟ ଫାଟକ ବନ୍ଦ ଥିବାରୁ କାର୍ଯ୍ୟ ଠପ ହୋଇଯାଇଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅବିଳମ୍ବେ ଘଟଣାର ବିଧିବଦ୍ଧ ନିରପେକ୍ଷ ତଦନ୍ତ କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଟ୍ଟାମୁଣ୍ଡାଇ ବ୍ଲକରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବା ସଙ୍ଗେ ସଙ୍ଗେ ବିକାଶ ଧାରାକୁ ଆଗେଇ ନେବାକୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀମାନେ ଦାବୀ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading