ଦୁବାଇରେ ଚିତ୍ରକଳା ପ୍ରଦର୍ଶନ କରି କେନ୍ଦ୍ରାପଡାକୁ ଗର୍ବିତ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ



କେନ୍ଦ୍ରାପଡ଼ା,୧୪ା୧୧: କେନ୍ଦ୍ରାପଡା ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ତଥା କ୍ରିଷ୍ଣା ଏକାଡେମୀର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଚଳିତମାସ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁବାଇର ଇଣ୍ଟରନ୍ୟାସନାଲ ଆର୍ଟସେଣ୍ଟରରେ ମୋଦି-୨୦ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀରେ ଭାଗନେଇ ୨ଟି ଚିତ୍ର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିକଶିତ ଭାରତ ମିଳିତ ଭାବେ ଅଙ୍କନ କରିଥିବା ବେଳେ ଅନ୍ୟ ଚିତ୍ରଟିରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିତ୍ରରେ କିପରି ଓଡିଶାର କଳା ସଂସ୍କୃତିର ଗୁରୁତ୍ୱ ଓ ଧାର୍ମିକ ଭାବନା ପ୍ରତି ଆସ୍ଥା ଚିତ୍ରରେ ପ୍ରତିଫଳିତ ହୋଇଥିବା ବେଳେ କେନ୍ଦ୍ରାପଡାର ଆରାଧ୍ୟ ବଳଦେବଜୀୟୁ ଜଗନ୍ନାଥ ଓ ସୁଭଦ୍ରାଙ୍କ ଓ କେନ୍ଦୁଝର ଆରାଧ୍ୟ ଦେବୀ ମା’ ତାରିଣୀଙ୍କୁ ଚିତ୍ରରେ ଅତିସୁନ୍ଦର ଭାବେ ଚିତ୍ରିତ କରିଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମ୍ମାନିତ କରିଥିଲେ । ଏଠାରେ ୟୁଏଇର ରାଷ୍ଟ୍ରଦୂତ ସତିଶ ସିବନ, ୟୁଏଇ ଓଡିଆ ସମାଜ ସଭାପତି ଅମୀୟ ମିଶ୍ର, କୁଳମଣୀ ବିଶ୍ୱାଳ, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଅଧ୍ୟକ୍ଷ ବିପିନ ମିଶ୍ର ଓ ସୁଭଦ୍ରା ଗ୍ୟାଲେରୀର ଚେୟାରମ୍ୟାନ ସୂର୍ଯ୍ୟରଥ ଚିତ୍ର ପ୍ରଦର୍ଶନୀରେ ସୌମ୍ୟଙ୍କ ଚିତ୍ରକୁ ଉଚ୍ଚପ୍ରଶଂସା କରିଥିଲେ । ଭୁବନେଶ୍ୱର ସ୍ଥିତ ପୂର୍ବ ଭାରତର ଅଗ୍ରଣୀ କଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ, ଦୁବାଇ ଓଡିଆ ସମାଜ, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଓ ସଂସ୍କୃତି ବିଭାଗର ମିଳିତ ସହାୟତାରେ ଦୁବାଇରେ ଭାରତ ଓ ଦୁବାଇର ୬୦ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ଚିତ୍ର ପ୍ରଦର୍ଶନୀ ଓ ୨୮ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ଚିତ୍ର କର୍ମଶାଳା ସଫଳ ହୋଇପାରିଛି । ଓଡିଶାର ୧୪ଜଣ ଚିତ୍ରଶିଳ୍ପୀ ଭାଗ ନେଇ ସୁନ୍ଦର ଚିତ୍ର ଅଙ୍କନ କରିଥିବା ବେଳେ ଏହାକୁ ପରିଚାଳନା କରିଥିଲେ ଚିତ୍ରଶିଳ୍ପୀ ଅଶୋକ ନାୟକ । ସୂଚନାଯୋଗ୍ୟ ଚିତ୍ରଶିଳ୍ପୀ ଶ୍ରୀ ପଟ୍ଟନାୟକ ଅନେକ ଥର ଚିତ୍ରକଳାରେ ପ୍ରତିନିଧିତ୍ୱ କରି ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ସମ୍ମାନିତ ହୋଇ କେନ୍ଦ୍ରାପଡା ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading