ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲରେ ଶିଶୁ ଦିବସ



ପଟ୍ଟାମୁଣ୍ଡାଇ ତା ୧୫/୧୧-ପଟ୍ଟାମୁଣ୍ଡାଇ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲରେ ଶିଶୁ ଦିବସ ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ସ୍କୁଲ ଅଧକ୍ଷ ପ୍ରତାପ ଚନ୍ଦ୍ର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲା ଓଷ୍ଟା ସଭାପତି ସୁକାନ୍ତ ତ୍ରିପାଠୀ ମୁଖ୍ୟଅତିଥି,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପଣ୍ଡା ମୁଖ୍ୟଵକ୍ତା ଓ ସ୍କୁଲ ନିର୍ଦେଶକ ଆଡ଼ଭୋକେଟ ସଞ୍ଜୟ ସାହୁ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ ହୋଇଥିବାରୁ ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ କରାଯାଇ ଏକ ସୁଦୃଢ ଦେଶ ଗଠନ ରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ସୁମନପ୍ରିୟା ନାୟକ ସ୍ୱାଗତଭାଷଣ ଓ ବନିମୟୀ ଜେନା ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଆୟୋଜିତବିଭିନ୍ନ ପ୍ରତିଯୋଗିତାରେ ରିଙ୍କେଶ୍ୱରୀ ଦାସ, ନମିତା ସୂତାର ତପସ୍ୱିନୀ ପ୍ରଧାନ , ଜ୍ୟୋସ୍ନାରଣୀ ନାୟକ ବ୍ୟାମୋକେଶ ସାହୁ, ଗୌରବ ବେହେରା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ ପ୍ରତିଭା ଚୟନ କରିଥିଲେ । ଶେଷରେ ରାକେଶ ସୂତାର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅମିତ ପାତ୍ର,ମୋନା ଲିସା ରାୟ, ନିକିଦାସI ଖଣ୍ଡାଇ କାମିନୀ ମହାନ୍ତି, ଶୁଭସ୍ମିତା ସାମଲ ଭାଗ୍ୟଶ୍ରୀ ରାଉତ ପ୍ରବୀର ବାରିକପ୍ରମୁଖ ପରିଚାଳନା କରିଥିବା ବେଳେ ଅରୁନ୍ଧତୀ ଦାସ, ପାର୍ବତୀ ବାରିକ,ଆଶାଲତା ମଲ୍ଲିକ, ସୋନାଲିସା ପରିଡା, ଭକ୍ତ ରଞ୍ଜନ ମହାନ୍ତି, ମଧୁସ୍ମିତା ଗିରି ସୌମ୍ୟା ସ୍ଵାତି ପ୍ରିୟଦର୍ଶନୀ,ଅରବିନ୍ଦ ପରିଡା ଆଶୁତୋଷ ପ୍ରଧାନ, ବିଷ୍ଣୁପ୍ରିୟା ପାତ୍ର ପରିଚାଳନାରେ ସହଯୋଗ କରିଥିଲେ ।


Next Post

ପଟ୍ଟାମୁଣ୍ଡାଇ ପ୍ରାଥମିକଶିକ୍ଷକ ସଂଘ ବାର୍ଷିକ ଉତ୍ସବ

Thu Nov 14 , 2024
ପଟ୍ଟାମୁଣ୍ଡାଇ ତା ୧୪/୧୧-ଶିଶୁ ଦିବସ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ୪୨ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଶିକ୍ଷକ ଭବନ ଠାରେ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି ।  ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅରକ୍ଷିତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପ୍ରାକ୍ତନ ସଭାପତି ବିଜୟ କୁମାର ସାହୁ ମୁଖ୍ୟଅତିଥି, ଶିକ୍ଷକ ନେତା ପ୍ରମୋଦ ନାୟକ ମୁଖ୍ୟବକ୍ତା ଓ ରାଜେନ୍ଦ୍ର ପ୍ରସାଦ ସିଂହ, ରତ୍ନାକର ସ୍ୱାଇଁ, ନିରୋଗ ଦାସ,ଅଶୋକ […]

KANIKA