ପଟ୍ଟାମୁଣ୍ଡାଇ ବ୍ଲକ ଅଫିସ ଭିତରେ ବିଡିଓଙ୍କ ପ୍ରତି ହୋଇଥିବା ଦୁଃବ୍ୟବାହର ଗଣ୍ଡଗୋଳ ଅଭିଯୋଗକୁ ପୋଲିସ ପ୍ରଶାସନର ପାତର ଅନ୍ତର ମନୋଭାବରେ ଅଭି୍ଯୁକ୍ତକୁ ଗିରଫ କରାଯାଇନାହିଁ । ଏହାର ପ୍ରତିବାଦରେ ବୁଧବାର ପୂର୍ବାହ୍ନରୁ ପଂଚାୟତ ସମିତି ସରପଂଚ ଓ ସମିତିସଭ୍ୟ ସଂଘ ପକ୍ଷରୁ ଆମରଣ ଅନଶନ ଦିଆଯାଇଥିଲା । ଗୁରୁବାର ଅନଶନର ଦିତୀୟ ଦିନରେ ବିଲିକଣା ସରପଂଚ ଲକ୍ଷ୍ମୀପ୍ରୀୟା ଷଡଙ୍ଗୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଢ ହସ୍ପିଟାଲରେ ଭର୍ତି କରାଯାଇଛି।
ଜିଲା ପ୍ରଶାସନ ଜାଣି ଶୁଣି ଅନଶନକାରୀଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ କରି ସଭ୍ୟାସଭ୍ୟ ଓ ସରପଂଚଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦିନକୁ ଦିନ ପରିସ୍ଥିତି ଅଣାୟତ ହେବାରେ ଲାଗିଛି । ପଟ୍ଟାମୁଣ୍ଡାଇ ବିଡ଼ିଓ ଦୁଃବ୍ୟବହାର ଓ ବ୍ଲକ ଗଣ୍ଡଗୋଳ ଘଟଣାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ହାଲୁକା ଭାବେ ନେଇ ହାତଜାକି ବସିଛି । ପଟ୍ଟାମୁଣ୍ଡାଇ ବ୍ଲକ ସରପଂଚ ଓ ସମିତି ସଭ୍ୟ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।
ପଟ୍ଟାମୁଣ୍ଡାଇର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପୂର୍ବତନ ପଂଚାୟତ ପ୍ରତିନିଧି, ବୁଦ୍ଧିଜୀବୀ ଓ ଜନସାଧାରଣ ଓ ସବୁବର୍ଗର ଲୋକମାନେ ଏହି ଅନଶନ ଆନ୍ଦୋଳନକୁ ସମର୍ଥନ କରି ଧାରଣା ଦେଇଛନ୍ତି । ସେପଟେ ଆମରଣ ଅନଶନରେ ବସିଥିବା ଅନେକ ସରପଂଚ ସମିତି ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି ।ଅନ୍ୟ ପକ୍ଷରେ ଅନଶନକାରୀ ବ୍ଲକ ମୁଖ୍ୟ ଫାଟକରେ ତାଲା ପକାଇଦେଇଥିବାରୁ ଦୁଇଦିନ ଧରି ବ୍ଲକ କାର୍ଯ୍ୟ ଠପ ହୋଇଯାଇଛି । ଫଲରେ ଦୁରଦୁôାନ୍ତରୁ ବିଭିନ୍ନ କାର୍ଯ୍ୟରେ ବ୍ଲକ ଆସୁଥିବା ସାଧାରଣ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି ।ଏନେଇ କେନ୍ଦ୍ରାପଡା ଭାଜପା ମହିଳାନେତ୍ରୀ ଗିତା ସେଠୀଙ୍କୁ ପଚାରିବାରେ ଡବଲଇଞିନସରକାରରେ ଦୋଷିକୁ ଦଣ୍ଡ ନିଶ୍ଚିନ୍ତ ମିଳିବ । ଆଇନ ତା ବାଟରେ କାମ କରୁଛି ।