ଜଜାଙ୍ଗ ଆଦର୍ଶ ପୋଖରୀରେ ବୋଇତବନ୍ଦାଣ



କେନ୍ଦ୍ରାପଡ଼ା,୧୫ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଜଜାଙ୍ଗସ୍ଥିତ ଆଦର୍ଶ ଜେନାପୋଖରୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡା ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୋଇତ ବନ୍ଦାଣ ଉତ୍ସବରେ ୭ଜଣ କୁନି କୁନି ସାଧବପୁଅଙ୍କୁ ୭ଜଣ ସାଧବାଣୀ ବନ୍ଦାପନା କରି ବୋଇତଯାତ୍ରାର ଶୁଭମନାସୀ ଥିଲେ। ସାଧବପୁଅମାନେ ଏକ ସୁସଜ୍ଜିତ ବୋଇତରେ ବସି ଜଜାଙ୍ଗ ଆଦର୍ଶ ଜେନା ପୋଖରୀରେ ବୁଲି ପୁନର୍ବାର କୁଳକୁ ଫେରି ଆସିଥିଲେ। ଏହି ଅବସରରେ ସେଠାରେ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମିତିର କର୍ମକର୍ତ୍ତା ଲୋହିତ ମହାନ୍ତି, ସରୋଜକାନ୍ତ ସାହୁ ଓ ରାଜେନ୍ଦ୍ର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱ୍ୱାବଧାନରେ ଅନୁଷ୍ଠିତ ଏହି ବୋଇତବନ୍ଦାଣ କାର୍ଯ୍ୟକ୍ରମରେ କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତଟ ରେଳପଥର ପ୍ରାକ୍ତନ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ, ପୂର୍ବତନ ସରପଞ୍ଚ ଗାୟତ୍ରୀ ମହାନ୍ତି, ସମିତି ସଭାପତି ଚିନ୍ମୟ ପ୍ରସାଦ ବେହୁରା, ସମ୍ପାଦକ ଉମାଶଙ୍କର ଜେନା, ଅବନ୍ତୀ ବେହେରା, ଶ୍ରୀଧର ମହାନ୍ତି, କମଳାକାନ୍ତ ବେହେରା, ପ୍ରଦୀପ କୁମାର ସେଠୀ, ରଜନୀକାନ୍ତ ଦାସ, ରବୀନ୍ଦ୍ର ନାଥ ରଥ, ମୁକ୍ତାର ଖାଁ ପ୍ରମୁଖ ଶତାଧିକ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ବୋଇତବନ୍ଦାଣ ଦେଖିବାକୁ ଆଦର୍ଶ ଜେନା ପୋଖରୀର ଚର୍ତୁପାଶ୍ୱର୍ରେ ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ ଓ ଦର୍ଶକମାନେ ଉପସ୍ଥିତ ଥିଲେ।


Next Post

ମା’ବେଲ ମଙ୍ଗଳାପୀଠରେ କବିତା ପାଠୋତ୍ସବ

Fri Nov 15 , 2024
କେନ୍ଦ୍ରାପଡ଼ା,୧୫ା୧୧: ଉତ୍କଳୀୟ ନୈାବାଣିଜ୍ୟ ପରମ୍ପରା ଓ ସଂସ୍କୃତିର ସ୍ମୃତିଚାରଣ ଉଦେଶ୍ୟରେ କପାଳେଶ୍ୱର ମା’ବେଲ ମଙ୍ଗଳା ପୂଜା କମିଟି ପକ୍ଷରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମା’ ବେଲମଙ୍ଗଳା ପୀଠରେ ଏକ କବିତା ପାଠୋତ୍ସବ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ଯୋଗଦେଇ କହିଲେ ଯେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ସ୍ମୃତିଚାରଣ କରିବା ପାଇଁ କବିତାହିଁ […]

KANIKA