କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ବାଲିଯାତ୍ରା ବିକାଶର ବିଜୟର ବୈଜୟନ୍ତୀ



କେନ୍ଦ୍ରାପଡ଼ା,୧୬ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମରେ ଅନୁଷ୍ଠିତ ୭ମ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣି ମୁଖ୍ୟ ଅତିଥି, ଓଡିଶାର ସଭାପତି ସର୍ବ ଭାରତୀୟ ସାହିତ୍ୟ ସଂସ୍କୃତି ପରିଷଦ ପ୍ରଣବ ଛୋଟରାୟ ମୁଖ୍ୟ ବକ୍ତା, କବି ତଥା ରେଳପଥର ଅବସରପ୍ରାପ୍ତ ବରିଷ୍ଟ ଅଧିକାରୀ ନିରାକାର ଦାସ ବିଶିଷ୍ଠ ଅତିଥି ଯୋଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର ପ୍ରଫେସର ଡଃ ରଶ୍ମୀରେଖା ସେଠୀ, ସମାଜସେବୀ ମନିଷା ପଣ୍ଡା, କଣ୍ଠଶିଳ୍ପୀ ରୋଜାଲିନ ସେନାପତି ଯୋଗଦେଇ କହିଥିଲେ ଯେ କେନ୍ଦ୍ରାପଡାର ଖୁଲଣା ସୁନ୍ଦରୀ ଓ ତଅପୋଇ ପୁସ୍ତକ ଉତ୍କଳ ନୌବାଣିଜ୍ୟର ପ୍ରାଚୀନ ଇତିହାସ ଓ ବାଲିଯାତ୍ରା ହେଉଛି ବିକାଶର ବିଜୟର ବବୈଜୟନ୍ତି । ଗୋବରୀ ନଦୀ କୂଳରେ ଏହି ବାଲିଯାତ୍ରା ମହୋତ୍ସବ ଅତୀତରେ ବାଣିଜ୍ୟର କେନ୍ଦ୍ରବିନ୍ଦୁ ଥିଲା ଓ ଆଗାମୀ ଦିନରେ ମଧ୍ୟ ହେବ । ତେଣୁ ଗୋବରୀ ନଦୀର ପବିତ୍ରତା ରକ୍ଷା କରିବାକୁ ଆହ୍ୱାନ ଦେେଇଥିଲେ ।

ଏହି ଉତ୍ସବରେ ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ପତ୍ରିକା ସମ୍ପାଦକ ଶୁଭାଂଶୁ କୁମାର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାରମ୍ଭିକ ସୂଚନା ପ୍ରାନ କରିଥିଲେ ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ । ସମ୍ପାଦକ ସଞ୍ଜୟ କୁମାର ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ଅଶୋକ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଗୋଲଖ କୁମାର ସେଠୀ ଆବାହନୀ ସଙ୍ଗିତ ଗାନ କରିଥିଲେ । ଆଜି ଅପରାହ୍ନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପ୍ରତିଯୋଗିତା ଓ ସାସ୍କୃତିକ କାର୍ଯ୍ୟକ୍ରମ, ନୂପୁର ଡ୍ୟାନ୍ସ ଓ ଇନ୍ଦୁପୁରର ପାୟଲ ମ୍ୟୁଜିକ ଦ୍ୱାରା ନୃତ୍ୟ, ଗୀତ କାର୍ଯ୍ୟକ୍ରମକୁ ଦର୍ଶକମାନେ ମନୋଭରି ଉପଭୋଗ କରିଥିବା ବେଳେ ବାଲିଯାତ୍ରାରେ ଖାଦ୍ୟ ଓ ସୌଖିନ ସାମଗ୍ରଜ୍ଝୀ କିଣିଥିଲେ । ଏହି ଯାତ୍ରାରେ ୩୦ହଜାରରୁ ଉର୍ଦ୍ଧ୍ୱ ଦର୍ଶକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ଧିରେନ୍ଦ୍ର ଦାସ,କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ଅଭ୍ୟର୍ଥନା କମିଟିର ସମ୍ଫାଦକ ରାଜୁ କୁବେର, କରୁଣାକର ଦାସ, ଟୁଟୁ ଗେରୁ, ଶ୍ରୀଧର ମହାନ୍ତି, ସହ କୋଷାଧ୍ୟକ୍ଷ ପଞ୍ଚାନନ ଗେରୁ, ସଂଗଠନ ସମ୍ପାଦକ ସତ୍ୟବ୍ରତ ସିଂହ, ମହେଶ ପାଢି, ମୃତ୍ୟୁଞ୍ଜୟ ସାହୁ, ସତ୍ୟପ୍ରିୟ ଦାସ, ରାମଚନ୍ଦ୍ର ବାରିକ, ଲାଲବାବୁ, ଦୁର୍ଯ୍ୟୋଧନ ଗେରୁ, ଶ୍ରୀଧର କୁମାର ଭୋଳ, କୈଳାସ ଗେରୁ, ପୀତବାସ ବେହେରା, ସତ୍ୟପ୍ରିୟ ଦାସ, କାଶୀନାଥ ରାଉତରାୟ, ମହେନ୍ଦ୍ର ଆଚାର୍ଯ୍ୟ, ପିତବାସ ଦାସ, ଶତୃଜିତ ନାୟକ, ମୃତ୍ୟୁଞ୍ଜୟ ମହାନ୍ତି, ତ୍ରିଲୋଚନ ଦାସ, ଶରତ କୁମାର ରାଉତ, ମଦନମୋହନ ସାହୁ, ସରୋଜକାନ୍ତ ସାହୁ, ମହେନ୍ଦ୍ର ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ଅକ୍ଷୟ ପ୍ରିୟ ଦାସ, ଦୁର୍ଯ୍ୟୋଧନ ଗେରୁ, ସେକ ରିଙ୍କୁ, ସ୍ଥାନୀୟ ଅଞ୍ଚଳର ବାଲିଯାତ୍ରା ପ୍ରେମୀମାନେ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading