ୟୁଏଇରେ କ୍ଷାତନାମା ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀଙ୍କ କୃତିତ୍ୱ , ମୋଦି-୨୦ ପ୍ରଦର୍ଶନୀ କରି ଜିଲା ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ



କେନ୍ଦ୍ରାପଡ଼ା,୧୬ା୧୧: କେନ୍ଦ୍ରାପଡ଼ା ସହରରେ ରହୁଥିବା ପଟ୍ଟାମୁଣ୍ଡାଇ ବ୍ଲକ ପେରିଜପୁର ଗ୍ରାମର ଆନ୍ତର୍ଜାତୀୟ ଖ୍ୟାତନାମା ଚିତ୍ରଶିଳ୍ପୀ ଅଶୋକ ନାୟକ ବିଦେଶ(ୟୁଏଇ)ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଓ ଦର୍ଶନ ଉପରେ ଆଧାରିତ ମୋଦି-୨୦ ଚିତ୍ର କଳା ପ୍ରଦର୍ଶନୀ ଆୟୋଜନ କରି କେନ୍ଦ୍ରାପଡ଼ା ଜିଲା ପାଇଁ କୃତିତ୍ୱ ଆଣିଛନ୍ତି। ଭୁବନେଶ୍ୱର ସ୍ଥିତ ସୁଭଦ୍ରା ଆଟ ଗ୍ୟାଲେରୀର ନିର୍ଦ୍ଦେଶକ ଶ୍ରୀ ନାୟକଙ୍କ ନେତୃତ୍ୱରେ ଏହି ପ୍ରଦର୍ଶନୀରେ ଭାରତର ବିଭିନ୍ନ ରାଜ୍ୟରୁ ୪୦ ଜଣ ସୁନାମଧନ୍ୟ ଚିତ୍ରଶିଳ୍ପୀ ଭାଗ ନେଇଥିଲେ। ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗରେ ଏହି ପ୍ରଦର୍ଶନୀକୁ ସଂସ୍କୃତି ବିଭାଗ ସଚିବ ବିଷ୍ଣୁପଦ ସେଠୀ ଉଦ୍‌ଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ଶ୍ରୀ ନାୟକଙ୍କ ନିର୍ଦ୍ଦେଶନାରେ ଚିତ୍ରଶିଳ୍ପୀମାନେ ଏକ ବୃହତ କାନଭାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ବିଭିନ୍ନ ଚିତ୍ର ଆଙ୍କିଥିଲେ। ଏହି ବୃହତ କାନଭାସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଯିବ ବୋଲି ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅଧ୍ୟକ୍ଷ ଡଃ. ସୂର୍ଯ୍ୟ ରଥ ସୂଚନା ଦେଇଛନ୍ତି। ସୂଚନା ଥାଉକି ସ୍ଥାନୀୟ ନସଡ଼ିପୁର ଓ ମହିପାଳ ସ୍ଥିତ କୁନ୍ତଳାକୁମାରୀ ଚାରୁ ଓ କାରୁ କଳା ବିଦ୍ୟାଳୟ ଶ୍ରୀ ନାୟକଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇ ଅନେକ ସୁନାମ ଅର୍ଜନ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲାର ଅନ୍ୟ ଚିତ୍ରଶୀଳ୍ପୀ ଯେପରି ସୌମ୍ୟରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଦାସ ଓ କଳିଙ୍ଗ ନାୟକ ଅଂଶଗ୍ରହଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading