କେନ୍ଦ୍ରାପଡା ଶୌଣ୍ଢିକ ସମାଜ ଜିଲ୍ଲାସ୍ତରୀୟ ସମାବେଶ



କେନ୍ଦ୍ରାପଡ଼ା,୧୮ା୧୧: ଚଳିତ ନଭେମ୍ବର ମାସ ୧୨ ତାରିଖ ରବିବାର ସକାଳ ୯ଘଟିକା ସମୟରେ କେନ୍ଦ୍ରାପଡା ଟାଉନସ୍ଥିତ ସୁଜାତା ପ୍ୟାଲେସ୍ କେନ୍ଦ୍ରାପଡା ବ୍ଲକ ରୋଡ୍‌ଠାରେ କେନ୍ଦ୍ରାପଡା ଜିଲ୍ଲା ଶୌଣ୍ଢିକ ସମାଜ ତରଫରୁ ଏକ ବିଶାଳ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତି ଭକ୍ତଚରଣ ସାହୁ ସଭା ପରିଚାଳନା କରିଥିଲେ । ରାଜ୍ୟସ୍ତରୀୟ ନେତୃବୃନ୍ଦ ଯଥା ରାଜ୍ୟ ସଭାପତି ବିକ୍ରମ କେଶରୀ ସାହୁ, ପୃଷ୍ଟପୋଷକ ଗୋବିନ୍ଦ ଚନ୍ଦ୍ର ସାହୁ, ମୁଖ୍ୟ ପରାମର୍ଶଦାତା କୋଦଣ୍ଡଧର ଚୌଧୁରୀ, ଅନ୍ୟ ଜିଲ୍ଲା ଯଥା ବ୍ରହ୍ମପୁର, କଟକ, ପୁରୀ, ନୟାଗଡ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, ଅନୁଗୁଳ, ରାୟଗଡା, ଜଗତସିଂହପୁରର କର୍ମକର୍ତ୍ତାବୃନ୍ଦ ଯୋଗ ଦେଇଥିଲେ । ସଭାରେ ସ୍ୱଜାତିର ବିଭିନ୍ନ ସୁବିଧା ଏବଂ ଅସୁବିଧା କେନ୍ଦ୍ରାପଡା ଜିଲ୍ଲା ଦୃଢ ସଂଗଠନ ଗଢିବା ନିମନ୍ତେ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ସମ୍ପାଦକ ଚିତ୍ତରଞ୍ଜନ ସିଂହ ତାଙ୍କର ବିବରଣୀ ପାଠ କରିଥିଲେ । ଶେଷରେ ସଭାପତିଙ୍କର ଅଭିଭାଷଣରେ କେନ୍ଦ୍ରାପଡା ସଂଗଠନକୁ ଗଢିବା ନିମନ୍ତେ ନବଜାତିର ସଭ୍ୟସଭ୍ୟାଙ୍କର ସହଯୋଗ କାମନା କରିଥିଲେ । ପ୍ରଫୁଲ୍ଲ ସାହୁ, ମନ୍ମଥ ସାହୁ, ଅକ୍ଷୟ ସାହୁ, ପୁରୁଷୋତ୍ତମ ସାହୁ, ବିଜୟ କୁମାର ସେନାପତି, ଦେବାଶିଷ ସାହୁ, ଚକ୍ରଧର ସାହୁ, ଶୁଭାଶୀଷ ଜେନା ସମେତ ସହଯୋଗ କରି ସଭାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading