ପ୍ରକୃତିକୁ ଧ୍ୱଂସ କଲେ ପ୍ରକୃତି ଆମକୁ ଧ୍ୱଂସ କରିଦେବ , କେନ୍ଦ୍ରାପଡ଼ା ବାଲିଯାତ୍ରାରେ ପରିବେଶ ସଚେତନତା ସଭା



କେନ୍ଦ୍ରାପଡା,୨୧ା୧୧: ଗହୀରମଥା କଇଁଛ ସୁରକ୍ଷା କମିଟି ଓ ସ୍ୱେଚ୍ଛାସେବୀ ସଂଗଠନ ‘ଆହ୍ୱାନ’ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ବାଲିଯାତ୍ରା ମଞ୍ଚରେ ସମାଜସେବୀ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ନବରଙ୍ଗପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ କୁମାର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶ୍ୱବ୍ୟାପୀ ପ୍ରକୃତି ଉପରେ ଚାଲିଥିବା ଅବିଚାରିତ ଅତ୍ୟାଚାର ଓ ତା’ର ପ୍ରତିବଦଳରେ ମଣିଷ ସମ୍ମୁଖୀନ ହେଉଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସୂଚନା ଦେବା ସହ ଆମେ ପ୍ରକୃତିକୁ ଧ୍ୱଂସ କଲେ ପ୍ରକୃତି ଆମକୁ ଧ୍ୱଂସ କରିଦେବ ବୋଲି ସତର୍କ କରାଇ ଦେଇଥିଲେ। ଏଥିରେ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିବା ବିଶିଷ୍ଟ ପରିବେଶବିତ୍ ହେମନ୍ତ କୁମାର ରାଉତ ହେନ୍ତାଳ ବନର ଜୈବ ବିବିଧତା ଓ ଉପକାରିତା ସମ୍ପର୍କରେ ଆଲୋଚନା କରି ନିକଟରେ ବହିଯାଇଥିବା ବାତ୍ୟା ‘ଦାନା’ କବଳରୁ ହେନ୍ତାଳ ବନ କିପରି କ୍ଷୟକ୍ଷତିର ପ୍ରଭାବକୁ ହ୍ରାସ କରିଥିଲା ସେ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସଭାରେ ସମ୍ମାନିତ ଅତିଥି ରୂପେ ପରିବେଶବିତ୍ ରମାରଞ୍ଜନ ମଲିକ ଓ ସମାଜସେବୀ ସଞ୍ଜୟ କୁମାର ସ୍ୱାଇଁ ଯୋଗ ଦେଇଥିବା ବେଳେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶୁଭାଂଶୁ କୁମାର ଦାସ ସ୍ୱାଗତ ଭାଷଣ, ଶ୍ରୀଧର କୁମାର ଭୋଳ ଅତିଥି ପରିଚୟ, ଧୀରେନ୍ କୁମାର ଦାସ ଧନ୍ୟବାଦ ପ୍ରଦାନ ଓ ଅନୂସୟା ସାମଲ ଉଦ୍ଘାଟନୀ ସଂଗୀତ ଗାନ କରିଥିଲେ। ଆଇନଜୀବୀ ରମଣୀ ରଂଜନ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ବାଲିଯାତ୍ରା କମିଟିର ସଭାପତି ପ୍ରଦୀପ ଦାଶ, ସମ୍ପାଦକ ଆଇନଜୀବୀ ସଞ୍ଜୟ କୁମାର ଜେନା, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading