ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟ ପାଚେରୀ ଫାଟିକି ଦୁଇଫାଳ : ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ



କେନ୍ଦ୍ରାପଡ଼ା,୨୧ା୧୧: କେନ୍ଦ୍ରାପଡା ଜିଲ୍ଲାର ଆୟତପୁରସ୍ଥିତ ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟର ପାଚେରୀ ୫-ଟି ଯୋଜନାରେ ପ୍ରାୟ ବର୍ଷକ ତଳେ ନିର୍ମାଣ କରାଯାଇଥିଲା। କିନ୍ତୁ ଏବେ ସେହି ପାଚେରୀ କାନ୍ଥ ଫାଟି ଦୁଇଫାଳ ହୋଇଯାଇଥିବା ଦେଖିବାକୁ ମିଳିଛି। ଦୈନିକ ଶହ ଶହ ଛାତ୍ରଛାତ୍ରୀ ସେହି ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥାନ୍ତି। ପାଚେରୀ କାନ୍ଥର ଅବସ୍ଥା ଏପରି ହୋଇଛି ଯେ କେତେବେଳେ ଯେ ସେହି ପାଚେରୀ କାନ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ଭୁଷୁଡି ନପଡିବ ତାହା କହିହେବ ନାହିଁ। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଜୀବନ ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି। କେବଳ ଛାତ୍ରଛାତ୍ରୀ ନୁହନ୍ତି ସେହି ରାସ୍ତା ଦେଇ ଯାଉଥିବା ବାଟୋଇଙ୍କ ଉପରେ ବି ପାଚେରୀ କାନ୍ତ ଭୁଷୁଡି ପଡିବାର ସମ୍ଭାବନା ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ସେହି ବିଦ୍ୟାଳୟର ପାଚେରୀ ଅସୁରକ୍ଷିତ ଭାବେ ରହଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ସେହି ପାଚେରୀ କଡ ଦେଇ ଯାଇଥିବା ରାସ୍ତାରେ ଯାଉଥିବା ବାଟୋଇଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମବାସୀ ଏବଂ ଛାତ୍ରାଭିଭାକମାନଙ୍କ ପକ୍ଷରୁ ପିନାକୀ ସାମନ୍ତରାୟ, ଆର. ଦାସ, ବନିତା ସାମଲ, ଉମେଶ ଦାସ, ଗିରିଶ ଶତପଥୀ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।


Next Post

ଗୋମତୀ ଗୋବରୀର ବିକାଶ ଆମର ପ୍ରଥମ ପ୍ରୟାସ : କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ବାଚସ୍ପତିଙ୍କ ପ୍ରତିଶ୍ରୁତି

Fri Nov 22 , 2024
କେନ୍ଦ୍ରାପଡ଼ା,୨୨ା୧୧: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ଯୋଗଦାନ କରି କହିଲେ ଗୋମତୀ କେନ୍ଦ୍ରାପଡା ଗୋବରୀର ବିକାଶ ଆମର ପ୍ରଥମ ପ୍ରୟାସ ହେବ । ଏଥିସହିତ ଗୋବରୀକୁ ଆବର୍ଜନା ମୁକ୍ତ କରିବା ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ଦାୟିତ୍ୱ ନେଲେ ଗୋବରୀର ପୁନରୁଦ୍ଧାର ହୋଇପାରିବ । ଆମ ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବା ପ୍ରତିଶ୍ରୁତି […]

KANIKA