କେନ୍ଦ୍ରାପଡା ବାଲିଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟାରେ ‘ସୁରଝଙ୍କାର’ ଦର୍ଶକଙ୍କ ମନ ମୋହିଲା



କେନ୍ଦ୍ରାପଡ଼ା,୨୪ା୧୧: କେନ୍ଦ୍ରାପଡାର ଐତିହାସିକ ବାଲିଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟାରେ ସଙ୍ଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ କଟକର ‘ସୁରଝଙ୍କାର’ ମେଲୋଡି ଗ୍ରୁପ୍ ଦୀର୍ଘ ୩ ଘଣ୍ଟା ଧରି ଶ୍ରୋତାମାନଙ୍କୁ ବାନ୍ଧି ରଖି ଏକ ଅନନ୍ୟ ସ୍ଥାନ ଅଧିକାର କରିପାରିଛି । ଓଡିଶାର ବାଚସ୍ପତି ରାତ୍ର ୮ ଘଟିକାରେ ସଭାମଞ୍ଚକୁ ମୁଖ୍ୟ ଅତିଥି ଭାବେ ବିରାଟ ଶୋଭାଯାତ୍ରାରେ ଆସି ପହଞ୍ôଚଥିଲେ । ଉଦ୍‌ଯାପନୀ ସନ୍ଧ୍ୟାର ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ୭ ଘଟିକାରୁ ୮ ଘଟିକା ସମୟ ପର୍ଯ୍ୟନ୍ତ କଟକର ସୁରଝଙ୍କାର ଓ ବରଗଡର କିଶାନ ଡ୍ୟାନ୍ସ ଗ୍ରୁପର ମିଳିତ ଉଦ୍ୟମର ଆଧୁନିକ ଲୋକପ୍ରିୟ ତଥା ସମ୍ବଲପୁରୀ ଗୀତ ସୁରଝଙ୍କାର ତରଫରୁ ଅତି ଚିତାକର୍ଷକ ଭାବେ ପରିବେଷଣ କରାଯାଇଥିଲା ଏବଂ ସେହି ମେଲୋଡି ଗୀତର ତାଳେତାଳେ ବରଗଡର ଶିଳ୍ପୀମାନେ ଅତି ନିଖୁଣ ଭାବେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲେ । ଭୁବନେଶ୍ୱରର ବିଶିଷ୍ଟ ସମାଜସେବୀ ଶରତ ପଟ୍ଟନାୟକଙ୍କୁ ଉକ୍ତ ମଞ୍ଚରେ ଶେଷଦେବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । କେନ୍ଦ୍ରାପଡା ସଦରଥାନାର ପ୍ରାକ୍ତନ ଥାନାଧିକାରୀ ସରୋଜ କୁମାର ସାହୁ ଏବଂ ସଂପ୍ରତି ଥିବା ଥାନାଧିକାରୀ, ସଙ୍ଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କୁ “ଶ୍ରେଷ୍ଠ ସଙ୍ଗୀତଜ୍ଞ” ଉପାଧିରେ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଯାତ୍ରା ମହୋତ୍ସବ କମିଟିର ସମ୍ପାଦକ ସଞ୍ଜୟ କୁମାର ଜେନା, ସଭାପତି ପ୍ରଦୀପ କୁମାର ଦାସ, ଉପସଭାପତି ଧିରେନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ ପୀତବାସ ଦାସ ମଞ୍ଚରେ ଉପସ୍ଥିତ ଥିଲେ । ଲୋକପ୍ରିୟ ସିଦ୍ଧାର୍ଥ ଟିଭିର ସୁନାମଧନ୍ୟ ଗାୟିକା ସସ୍ମିତା ପ୍ରଧାନ, ଇପ୍‌ସିତା ପୂଜାପଣ୍ଡା, ପ୍ଲେବ୍ୟାକ୍ ସିଙ୍ଗର ରୋହିତ ଦାସ ପ୍ରମୁଖ ଅତି ସୁନ୍ଦର ଭାବରେ ସଙ୍ଗୀତ ପରିବେଷଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading