ପଟ୍ଟାମୁଣ୍ଡାଇ ତା ୨୪/୧୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଣତା ପଂଚାୟତରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସୁବିଧା ଗୃହ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଖଣତା ସରପଞ୍ଚ ଅନିଲ ଲେଙ୍କାଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ପଂଚାୟତର ସୁବିଧା ଗୃହ ଉଦଘାଟନ କରିଥିଲେ । ଏହି ଉତ୍ସବରେ ଖଣତା ସମିତି ସଭ୍ୟ ସୁରେଶ ଜେନା, ବ୍ଲକ ବିଜେଡି ଉପସଭାପତି ସର୍ବେଶ୍ୱର ମହାନ୍ତି, ସାମ୍ବାଦିକ ଭାସ୍କର ରାଉତରାୟ, ପୂର୍ବତନ ସରପଞ୍ଚ ଦିବାକର ସେଠୀ ଓ ନାୟବ ସରପଞ୍ଚ ବାସନ୍ତୀ ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପି ଇ ଓ ତପନ ପ୍ରଧାନ ଓ ଜି ଆର ଏସ ଇତିଶ୍ରୀ ମିଶ୍ର ପରିଚାଳନା କରିଥିବାବେଳେ ୱାର୍ଡମେମ୍ବର ଅକ୍ଷୟ ଲେଙ୍କା, ନୟନା ବାରିକ, କୃଷ୍ଣ ଚନ୍ଦ୍ର ରାଉତ ଆର୍ତ୍ତତ୍ରାଣ ପ୍ରଧାନ,ବସନ୍ତ ବେହେରା, ସବିତା ରାଉତ, ସୁଚିତ୍ରା ମଲିକ, ଡମ୍ବରୁ ସେଠୀ, ସୁଭଦ୍ରା ନାୟକ ଓ ପ୍ରଶାନ୍ତ ସେଠୀ ପରିଚାଳନାରେ ସହଯୋଗ କରିଥିଲେ ।