
କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ବଜାରର ସମସ୍ତ କାର୍ତ୍ତିକେଶ୍ୱର ପୂଜା ଓ ଭଷାଣୀ ଉତ୍ସବ ବିନା ବାଣ ଓ ଡିଜେରେ ଶେଷ ହୋଇଛି। ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ ଓ ଶାନ୍ତି କମିଟି ଅଧ୍ୟକ୍ଷ ଦାମୋଦର ତ୍ରିପାଠୀ ଯୋଗଦେଇଥିଲେ। ଏହି ବୈଠକରେ ସମସ୍ତ ପୂଜା କମିଟିର କର୍ମକର୍ତ୍ତାଙ୍କ ସମେତ ସଦର ଥାନା ଅଧିକାରୀ ମଧ୍ୟ ଯୋଗଦେଇଥିଲେ। ଯେହେତୁ ଗତ ୨୦୨୨ମସିହାରେ ବାଣ ଫୁଟି ଏକ ଅଘଟଣ ଘଟିଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଚଳିତ କାର୍ତ୍ତିକେଶ୍ୱର ପୂଜା ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ଡା. କାନୁନଗୋଙ୍କ ନିଜ ଗ୍ରାମ ହୋଇଥିବାରୁ ସେ ମଧ୍ୟ ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ। ଶାନ୍ତି କମିଟିର ସମସ୍ତ ସଦସ୍ୟ ଓ ପୂଜା କମିଟିର କର୍ମକର୍ତ୍ତାମାନେ ଭଷାଣୀ ଉତ୍ସବ ଦିନ ସଜାଗ ରହି ଉତ୍ସବ ସମ୍ପୂର୍ଣ୍ଣ କରିଥିଲେ। ଠିକ ସମୟରେ ସମସ୍ତ ମେଢ ବିଷର୍ଜ୍ଜନ ଘାଟରେ ପହଞ୍ଚିବା ପରେ ଶାନ୍ତି କମିଟିର ଆବାହକ ପ୍ରମୋଦ କୁମାର ସାହୁ ଭୋଗଲାଗି କରିଥିଲେ। ଏଥିସହିତ ସଦର ଥାନା ଅଧିକାରୀ ବିମଳ ମଲ୍ଲିକଙ୍କ ସମେତ ପୋଲିସ ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଶାନ୍ତିଶୃଙ୍ଖଳାର ସହିତ ଭଷାଣୀ ଉତ୍ସବ ସମାପନ ହୋଇଥିବାରୁ ଥାନା ଅଧିକାରୀ ଶ୍ରୀ ମଲ୍ଲିକ ବଜାର କମିଟି ଓ ପୂଜା କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ।











