ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ



କେନ୍ଦ୍ରାପଡ଼ା,୨୭ା୧୧: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରୀ କମିଟିର ଏକ ବୈଠକ ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଖଡିଅଙ୍ଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗଠନର ବରିଷ୍ଠ ସଭ୍ୟ ସୟଦ ଅକମଲ ଅଲ୍ଲୀଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରାଯାଇଥିଲା। ସଂଗଠନର ସ୍ଥାୟୀ କାର୍ଯ୍ୟାଳୟ ଗୃହର ଅଭାବ ନେଇ ଉଦ୍‌ବେଗ ପ୍ରକାଶ କରାଯିବା ସହ ଆବଶ୍ୟକ ସରକାରୀ ଜମି ଯୋଗାଇ ଦେବାକୁ ବିଗତ ଦିନରେ ଜିଲ୍ଲାପାଳଙ୍କ ସହ ହୋଇଥିବା ସାକ୍ଷାତ ଆଲୋଚନା ଓ ପଦକ୍ଷେପ ନେଇ ଆଲୋଚନା ହୋଇଥିଲା । ଏଥିସହ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରି ଉପଯୁକ୍ତ ସରକାରୀ ଜମି ଓ ଗୃହ ନିର୍ମାଣ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଭାପତି ଶ୍ରୀ ମହାନ୍ତି, ବରିଷ୍ଠ ସଭ୍ୟ ଫକୀର ଚରଣ ଖଟୁଆ ଓ ଡା. ଶରତ ଚନ୍ଦ୍ର ସ୍ୱାଇଁଙ୍କ ପରାମର୍ଶକ୍ରମେ ୬ଜଣ ସକ୍ରିୟ ସଭ୍ୟଙ୍କୁ ନେଇ ଏକ ଉପକମିଟି ଗଠନ କରାଗଲା । ଉକ୍ତ କମିଟି ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ସହ ଯୋଗାଯୋଗ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାୟିତ୍ୱ ନ୍ୟସ୍ତ କରାଗଲା । ଆସନ୍ତା ଡିସେମ୍ବର ମାସ ଦ୍ୱିତୀୟ ଶନିବାର ମଞ୍ଚ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଓ ତତ୍‌ସଂଲଗ୍ନ ଅଞ୍ଚଳରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ସଫେଇ କାର୍ଯ୍ୟ କରାଯିବାକୁ ସ୍ଥିର କରାଗଲା । ସମ୍ପାଦକ କୈଳାସ ଚନ୍ଦ୍ର ସ୍ୱାଇଁ ବିବରଣୀ ପାଠ କରିଥିବା ବେଳେ ଅର୍ଥ ସମ୍ପାଦକ ରବିନ୍ଦ୍ର ନାଥ ବାରିକ ଆୟବ୍ୟୟ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରହଲ୍ଲାଦ ମଲ୍ଲ, ନରୋତ୍ତମ ଜେନା, ଜଗମୋହନ ହୋତା, ନିତ୍ୟାନନ୍ଦ ସ୍ୱାଇଁ, ଅଦ୍ୱୈତ କୁମାର ଦାସ, ଡ. ଉପେନ୍ଦ୍ରନାଥ ପ୍ରଧାନ, ଶୈଳେନ୍ଦ୍ର କୁମାର ମହାନ୍ତି, ନୁରୁଲ ହାସନ୍‌, ସୁବାସ ଚନ୍ଦ୍ର ପାତ୍ର, ଅକ୍ଷୟ କୁମାର ନାୟକ, ଡା. ବିଜୟ କୁମାର ଦାସ, ସୁବାଷ ଚନ୍ଦ୍ର ଦାସ ପ୍ରଭୃତି ଉପସ୍ଥିତ ରହି ସଭ୍ୟ ସଂଗ୍ରହ ଅଭିଯାନ, ସଭ୍ୟମାନଙ୍କୁ ପରିଚୟ ପତ୍ର ପ୍ରଦାନ, ଆଗାମୀ ବାର୍ଷିକ ଅଧିବେଶନ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading