ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ଗିରଫ


କେନ୍ଦ୍ରାପଡ଼ା,୧୬ା୯ : ଗ୍ୟାଙ୍ଗଷ୍ଟର ସ୍ୱର୍ଗତ ହାଇଦରର ପୁଅ ଚୁନେଇ ଓରଫ ସେକ ନାସିରକୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଟାଉନ ଥାନା କେଶ ନମ୍ବର ୧୨୯/୨୦୨୦ରେ ଚୁନେଇ ଫେରାର ଥିଲା । ପୋଲିସ ଏକ ବିଶେଷ ସୁତ୍ରରୁ ଖବର ପାଇ ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମର ସ୍ୱର୍ଗତ ହାଇଦରର ପୁଅ ଚୁନେଇ ଓରଫ ସେକ ନାସିରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ବାରିମୂଳସ୍ଥିତ ଉପ କାରାଗାରକୁ ପଠାଇଦିଆଯାଇଥିବା ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି ।


Next Post

ଦ୍ୱିତୀୟ ରାଜ୍ୟସ୍ତରୀୟ ହକି ଚମ୍ପିଆନ୍‌ସିପ୍‌ , ସବ୍‌ ଜୁନିଅର ବାଳିକା ବର୍ଗରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮ ଖେଳାଳୀ ମନୋନୀତ

Sun Sep 17 , 2023
କେନ୍ଦ୍ରାପଡ଼ା, ୧୬ା୯: ଦ୍ୱିତୀୟ ରାଜ୍ୟସ୍ତରୀୟ ହକି ଚମ୍ପିଆନ୍‌ପିସ୍‌ର ସବ୍‌-ଜୁନିଅର୍ ବାଳିକା ବର୍ଗରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮ ଜଣିଆ ଟିମ୍ ସେମାନଙ୍କ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବେ । ଆଜି ସେମାନଙ୍କୁ ଜର୍ସି ପ୍ରଦାନ କରି ପ୍ରତିଯୋଗିତାରେ ସଫଳତାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଜିଲ୍ଲା ହକି ଆସୋସିଏସନ୍‌ର ସାଧାରଣ ସମ୍ପାଦକ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର । ଆସନ୍ତା ୧୮ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ଜୟଶ୍ରୀ କରଙ୍କ ଅଧିନାୟକତ୍ୱରେ […]