ବିଜୁ ପଟ୍ଟନାୟକ କଲେଜର ୪୪ତମ ପ୍ରତିଷ୍ଠା ଦିବସ ସମାରୋହ



କେନ୍ଦ୍ରାପଡ଼ା,୧ା୧୨: ଜିଲ୍ଲାର ଗ୍ରାମାଂଚଳରେ ଉଚ୍ଚଶିକ୍ଷାର ପ୍ରସାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଥିବା ଅନ୍ତେଇ ବିଜୁ ପଟ୍ଟନାୟକ କଲେଜ ଆଜି ୪୪ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ବିଶ୍ୱଜିତ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ୱନକ୍ଷତ୍ର ସମାରୋହରେ ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ମିଶ୍ର ମୁଖ୍ୟ ଅତିଥି,କଲେଜ ପରିଚାଳନା କମିଟି ସଭାପତି ଗଙ୍ଗାଧର ପରିଡ଼ା ମୁଖ୍ୟବକ୍ତା,ପୂର୍ବତନ ଅଧ୍ୟକ୍ଷ ରଂଜନ କୁମାର ଦାସ ,ସମାଜସେବୀ ଗୋପାଳ ଚନ୍ଦ୍ର ସାମନ୍ତରାୟ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କଲେଜ ପ୍ରତିଷ୍ଠାର ତିକ୍ତ ମଧୁର ସ୍ମୃତିକୁ ରୋମନ୍ଥନ କରିବା ସହିତ ଏହି କଲେଜ ଲକ୍ଷ୍ୟ ପଥରେ ଆଗକୁ ଆଗକୁ ବଢୁଥିବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଅଧ୍ୟାପକ ଚିନ୍ମୟ କୁମାର ରାଉତରାୟ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ଓ ଅଧ୍ୟପକ ଅଜୟ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ଡ଼.ମନ୍ଦାକିନୀ ଦାସ, ଅଧ୍ୟାପକ ଧିରେନ୍ଦ୍ର ନାଥ ମିଶ୍ର,ପ୍ରସନ୍ନ କୁମାର ପଣ୍ଡା,ଦେବଦତ୍ତ ବେହେରା,ବିଶ୍ୱରଂଜନ ପରିଡ଼ା,ଅଧ୍ୟାପିକା ଶୁଭଶ୍ରୀ ଶୁଭସ୍ମିତା ମହାନ୍ତି,ସୁଶ୍ରୀ ଲିପ୍ସା ମିଶ୍ରଙ୍କ ସମେତ ସମସ୍ତ ଅଧ୍ୟପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।


Next Post

କେନ୍ଦ୍ରାପଡ଼ା ବସ୍ତ୍ର ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ

Mon Dec 2 , 2024
କେନ୍ଦ୍ରାପଡା,୨ା୧୨: କେନ୍ଦ୍ରାପଡ଼ା ବସ୍ତ୍ର ବଣିକ ସଂଘର ଏକ ଜରୁରୀକାଳୀନ ବୈଠକ ସ୍ଥାନୀୟ ହୋଟେଲ୍ ଚଣ୍ଡିଆ ପ୍ୟାଲେସଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଂଘର କାମଚଳା ସଭାପତି ଗାନୁ ସାହୁ ସଭାପତିତ୍ୱ କରିଥିଲେ। ସଭାର ପ୍ରାରମ୍ଭରେ ଦିବଂଗତ ପୂର୍ବତନ ସଭାପତି ସ୍ୱର୍ଗତ ନୃସିଂହ ଚରଣ ପାଣିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସମସ୍ତ ବ୍ୟବସାୟୀ ବନ୍ଧୁମାନଙ୍କ ଉପସ୍ଥିତରେ ଆଗାମୀ ଦିନରେ ସଂଘର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ […]

You May Like