
ପଟ୍ଟାମୁଣ୍ଡାଇ ତା ୩/୧୨ – ଓଡିଶାର ଅନ୍ୟତମ ପ୍ରମୁଖ ବାଣିଜ୍ୟକ ପେଣ୍ଠ ତଥା କେନ୍ଦ୍ରାପଡ଼ା ଜଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ରାଜ୍ୟ ରାଜନୀତିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଗତ ସୀମା ପୁନଃନିର୍ଧାରଣରେ ପ୍ରଶାସନିକ ଚକ୍ରାନ୍ତର ଶିକାର ହୋଇ ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ଲୋପ ପାଇବା ଫଳରେ ପଟ୍ଟାମୁଣ୍ଡାଇ ତାର ସତ।। ହରାଇଥିଲା । ପଟ୍ଟାମୁଣ୍ଡାଇ ବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ତଥା ହୃତଗୌରବକୁ ଫେରାଇ ଆଣିବା ପାଇଁ ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ଏକମାତ୍ର ବିକଳ୍ପ ଦାବୀରେ ଦୀର୍ଘଦିନ ଧରି ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ସମେତ ବିଭିନ୍ନ ସଂଗଠନ ଆନ୍ଦୋଳନ କରି ଆସୁଛନ୍ତି । ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଲେ ପଟ୍ଟାମୁଣ୍ଡାଇବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହେବା ସହିତ ଭୁଲୁଣ୍ଠିତ ସ୍ୱାଭିମାନ ଓ ହୃତ ଗୌରବ ଫେରି ଆସିପାରିବ ବୋଲି କଂଗ୍ରେସ ଯୁବ କଂଗ୍ରେସ ଓ ଛାତ୍ରକଂଗ୍ରେସ ନେତାମାନେ ଆଶା ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ଦଳ ସହିତ ଛାତ୍ର କଂଗ୍ରେସ ଆନ୍ଦୋଳନ କରିବା ପାଇଁ ରାଜରାସ୍ତାକୁ ଓଲ୍ହାଇ୍ୱ ମଙ୍ଗଳବାର ପୂର୍ବଘୋଷଣା ଅନୁଯାଇ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନ ସଭା ଘେରାଉ ଅଭିଯାନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ରକଂଗ୍ରେସ ସଭାପତି ବିଭୁ ପ୍ରସାଦ ଜେନାଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ଅଂଚଳର ବହୁ ଯୁବଛାତ୍ର କଂଗ୍ରେସ ନେତା ଓ କର୍ମୀ ଓ କଂଗ୍ରେସଦଳ କର୍ମକର୍ତା ବିଧାନସଭା ସଭା ଘେରାଉ ଅଭିଯାନରେ ସାମିଲ ହୋଇଛନ୍ତି । ପଟ୍ଟାମୁଣ୍ଡାଇ ଅଂଚଳର ଯୁବଛାତ୍ର କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ପରିକ୍ରମା କରି ବାଇପାସ ଠାରୁ ଭୁବନେଶ୍ୱର ଯାତ୍ରା କରିଥିଲୋ











