କୋରୋ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆରୋଗ୍ୟ ଶିବିର



କେନ୍ଦ୍ରାପଡା,୩ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ଆୟୁଷ୍ନାନ ଆରୋଗ୍ୟ ମନ୍ଦିରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବାରୋ ଗ୍ରାମ ପଞ୍ଚାୟତ ସମେତ ପଡୋଶୀ ପଞ୍ଚାୟତରୁ ଆସିଥିବା ଶତାଧିକ ପୁରୁଷ ଓ ମହିଳାମାନେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଡାକ୍ତରଙ୍କ ସହିତ ପରାମର୍ଶ କରି ମାଗଣାରେ ଓ÷ଷଧ ନେବା ସହିତ ଉପଲବ୍ଧ ନିଦାନ ସୁବିଧାର ସୁଯୋଗ ନେଇଥିଲେ । ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ସ୍ୱାସ୍ଥ୍ୟ ଅଧିକାରୀ ଡା. ସୁପ୍ରଭା ଜେନା ଶିବିରରେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ବାରୋ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କୃଷ୍ଣାନନ୍ଦ ମହାପାତ୍ର ଏନ୍ସିଡି ସ୍କ୍ରିନିଙ୍ଗ୍ କରିଥିଲେ । ସ୍ଥାନୀୟ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ପିଏସ୍‌ଜି, ଟିବି ଚମ୍ପିୟନ୍‌, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ୱାର୍ଡ ମେମ୍ବର୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗାଁ କଲ୍ୟାଣ ସମିତିର ସଭ୍ୟ ସଭ୍ୟାମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହାୟତା କରିଥିଲେ । ଯୋଗ ପ୍ରଶିକ୍ଷିକା ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଏହି ଶିବିରରେ ଏଗାର ପ୍ରକାର ସ୍ୱାସ୍ଥ୍ୟ ସେବା ଉପଲବ୍ଧ ଥିଲା । ଜନ ସାଧାରଣ ଶୃଙ୍ଖଳାର ସହିତ ଉପସ୍ଥିତ ରହି ଉପଲବ୍ଧ ସ୍ୱାସ୍ଥ୍ୟ ସେବା ସୁବିଧା ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାବଗ୍ରାହୀ କଳା ନିକେତନର ଉପସଭାପତି ଏବଂ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା ଉପସ୍ଥିତ ଥିଲେ । ଶେଷରେ ସିଏଚ୍‌ଓ କୃଷ୍ଣାନନ୍ଦ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ପ୍ରତିମାସର ପ୍ରଥମ ସୋମବାର ଦିନ ଏଠାରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବ ବୋଲି ସୂଚନା ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading