ଭିନ୍ନ ସ୍ୱାଦର ଗଳ୍ପ ସଂକଳନ “ସବୁ ମୋଡ଼ରେ ଜୀବନ’ ଉନ୍ମୋଚିତ



କେନ୍ଦ୍ରାପଡା, ୪ା୧୨: ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ସମଗ୍ର ଏସିଆ ମହାଦେଶରେ ପ୍ରସିଦ୍ଧି ଅର୍ଜନ କରିଥିବା ପୁନର୍ବାସ କୈନ୍ଦ୍ରିକ ଅନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ପୁନର୍ବାସ ଓ ପ୍ରଶିକ୍ଷଣ କେନ୍ଦ୍ରରେ କଥାକାର ତଥା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବିରଜା ରାଉତରାୟଙ୍କ ଦ୍ୱାରା ସମ୍ପାଦିତ ଭିନ୍ନ ସ୍ୱାଦର ଗଳ୍ପ ସଂକଳନ “ସବୁ ମୋଡରେ ଜୀବନ’ ପାଠକାର୍ପିତ ହୋଇଛି। ଉକ୍ତ ଦିବସରେ ଅନୁଷ୍ଠିତ ସଭାରେ ରାଜ୍ୟର ଇସ୍ପାତ, ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ଏସ୍ ଭିନିରତର୍‌ର ନିର୍ଦ୍ଦେଶକ ପ୍ରଫେସର ଡ଼ ପତିତପାବନ ମହାନ୍ତି ଓ ଉପନିର୍ଦ୍ଦେଶକ ଡା. କିଶୋର ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ଗଳ୍ପ ସଂକଳନଟିର ସ୍ୱତନ୍ତ୍ରତା ହେଉଛି ଭିନ୍ନକ୍ଷମତାକୁ ନେଇ ଓଡ଼ିଆ ଭାଷାରେ ରଚିତ ହୋଇଥିବା ସକରାତ୍ମକ ତଥା ପ୍ରତ୍ୟୟଯୁକ୍ତ ଗଳ୍ପଗୁଡିକ ଏଥିରେ ସ୍ଥାନିତ ହୋଇଛି। ସମୁଦାୟ ୧୬ ଗୋଟି ନିର୍ବାଚିତ ଗଳ୍ପକୁ ଚୟନ କରାଯାଇଛି। ପ୍ରତିଥଯଶା କଥାଶିଳ୍ପୀ ଚନ୍ଦ୍ରଶେଖର ରଥ, ପ୍ରତିଭା ରାୟ, ରାମଚନ୍ଦ୍ର ବେହେରା, ଗୌରହରି ଦାସ ପ୍ରମୁଖଠାରୁ ଆରମ୍ଭ କରି ହିରଣ୍ମୟୀ ମିଶ୍ର ଓ ଯୁବ ପିଢିର କଥାକାରମାନଙ୍କ ଗଳ୍ପରେ ସମୃଦ୍ଧ। ଏହି ସଂକଳନ ପ୍ରସ୍ତୁତିର ସମ୍ପାଦନା ସହାୟିକା ଭାବେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ ଥିବାବେଳେ ଏହାର ପ୍ରକାଶନ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ବ୍ଲାକ୍ ଇଗଲ୍‌’ତରଫରୁ କରାଯାଇଛି ।


Next Post

ସରସ୍ୱତୀ ଶିଶୁ ମନ୍ଦିରରେ କ୍ରୀଡା ଉତ୍ସବ

Thu Dec 5 , 2024
କେନ୍ଦ୍ରାପଡା,୫ା୧୨: ସହରସ୍ଥ ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଶିଶୁବାଟିକା ବିଭାଗର ବାର୍ଷିକ କ୍ରୀଡା ତିନିଦିନଧରି ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ପ୍ରାରମ୍ଭ ଓ ଶିଶୁ ବୋଧ ଶ୍ରେଣୀର ୧୨୮ଜଣ ଶିଶୁ ଭାଗ ନେଇଥିଲେ । ଚଳିତ ମାସ ୨ତାରିଖକୁ ସୋମବାର ଦିନ ଉଦ୍‌ଘାଟନ ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ହିମାଂଶୁ ଶେଖର ଦାଶଙ୍କ କରକମଳରେ କ୍ରୀଡା ଆରମ୍ଭ ହୋଇଥିଲା । ତାଙ୍କର ମନ୍ତବ୍ୟ ଥିଲା ଶରୀର ସୁସ୍ଥ […]

KANIKA