ଓଉପଦାରେ ନିଗମାନନ୍ଦ ଭକ୍ତ ସମ୍ମିଳନୀ



ପଟ୍ଟାମୁଣ୍ଡାଇ ୫/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଓଉପଦା ଠାରେ ନୀଳାଚଳ ସାରସ୍ୱତ ସଂଘର ୫୬ତମ ବାର୍ଷିକ ସମ୍ମିଳନୀ ଓ ଭକ୍ତ ସମାବେଶ ଅନୁଷ୍ଠିତ ହୋଇଯାଇଛି I ପୁରୀ ନୀଳାଚଳ ସାରସ୍ୱତ ସଂଘ ପ୍ରତିନିଧି ଶରତ ସିଂହଦେଓ ଠାକୁର ନିଗମାନନ୍ଦ ସରସ୍ବତୀଙ୍କ ପାଦପଦ୍ମ ରେ ନୈବେଦ୍ୟ ଅର୍ପଣ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ଓଉପଦା ଆଶ୍ରମ ପରିଚାଳକ ମୁରଲୀଧର ଜେନାଙ୍କ ପୌରହିତ୍ୟ ରେ ଆୟୋଜିତ ସମ୍ମିଳନୀରେ ପ୍ରାକ୍ତନ ପ୍ରଶାସକ ଡ଼ କେଳୁ ଚରଣ ସ୍ୱାଇଁ,ପୂର୍ବତନ ସରପଞ୍ଚ ସୁବାଷ ଦାଶ, ପତ୍ରକାର ଭାସ୍କର ରାଉତ ରାୟ,ଶିକ୍ଷାବିତ କିଶୋର ସେନ, ଖଗେଶ୍ୱର ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଏଇ ଅବସରରେ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଲିକଣା ହାଇସ୍କୁଲର ବର୍ଷାରାଣୀ ରାଉତ, ଚନ୍ଦନନଗର ହାଇସ୍କୁଲର ସୂର୍ଯ୍ୟକାନ୍ତ ଦାଶ, ଓଉପଦା ହାଇସ୍କୁଲର ସୁପ୍ରିୟା ବେହେରା,କୋରିଆପଲ୍ଲା ସିଂହବାହିନୀ ସଂସ୍କୃତ ବିଦ୍ୟାଳୟର ସୁଚିତ୍ରା ମହାନ୍ତି, ଚାନ୍ଦପୁର ଏମ ୱାଇ ବିଦ୍ୟାନିକେତନର ସରୋଜ ରାଉତ ଇଣ୍ଡିଆନ ବୁକ ଅଫ ୱାର୍ଲଡ ରେକର୍ଡ ରେ ସ୍ଥାନ ପାଇଥିବା ଶୁଚିସ୍ମିତା ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମିଳନୀ ଆରମ୍ଭରେ ନିଗମାନନ୍ଦଙ୍କ ଆଦ୍ୟ ସେବକ ଦିବଂଗତ ମୋହନ ଚରଣ କରଙ୍କ ସ୍ମୃତି ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଶେଷରେ ସମ୍ପାଦକ ଦୂର୍ଗା ଚରଣ କର ଧନ୍ୟବାଦ ଦେଇଥିଲେ । ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ଭକ୍ତ ଯୋଗ ଦେଇଥିଲେ ।


Next Post

ମଣ୍ଡଳସ୍ତରୀୟ ବର୍ଣ୍ଣାଳୀ ଓ ପ୍ରୟୋଗ କାର୍ଯ୍ୟକ୍ରମ ଉଦ୍‌ଯାପିତ

Thu Dec 5 , 2024
କେନ୍ଦ୍ରାପଡ଼ା,୫ା୧୨: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡା ମଣ୍ଡଳ ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ତ୍ରିଦିବସୀୟ ସାମାଜିକ ଲିଙ୍ଗଗତ ସମତା ଆଧାରିତ କାର୍ଯ୍ୟକ୍ରମ “ବର୍ଣ୍ଣାଳୀ’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ହିରଣ୍ୟ କୁମାର ବାରିକ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି […]

KANIKA