ପଟ୍ଟାମୁଣ୍ଡାଇ ୯/୧୨ -ରାଜ୍ୟ ସରକାରଙ୍କ ଦ୍ୱାରା ପଟ୍ଟାମୁଣ୍ଡାଇ ବ୍ଲକରେ ନୂତନ ଭାବେ ନିଯୁକ୍ତ ପାଇଥିବା କନିଷ୍ଠ ଶିକ୍ଷକମାନଙ୍କୁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ସହ ୬ବର୍ଷ ପୂରଣ କରିଥିବା ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ କଷଣଅଂଟା ହାଇସ୍କୁଲ ଠାରେ ଏକ ଦିନିକିଆ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାଜ୍ୟସ୍ତରୀୟ ଶିକ୍ଷକ ନେତା ସିଆରସିସି ମଳୟ ଜେନାଙ୍କ ସଂଯୋଜନାରେ […]
Day: 9 December 2024
କେନ୍ଦ୍ରାପଡ଼ା,୯ା୧୨: ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ, କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଏକ ନଅ ଦଫା ସମ୍ବଳିତ ଦାବିପତ୍ର ସୋମବାର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପାଚିକାମାନେ ଦୀର୍ଘ ବର୍ଷ ଧରି ମାସିକ ମାତ୍ର ୨ହଜାର ଟଙ୍କା ପାରିଶ୍ରମିକରେ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ରୋଷେଇ କରି ଦେଶର ଭବିଷ୍ୟତ ବଂଶଧର […]
କେନ୍ଦ୍ରାପଡ଼ା,୯ା୧୨: ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘ କେନ୍ଦ୍ରାପଡ଼ା ଜିଲ୍ଲାଶାଖାର ସାମ୍ବିଧାନିକ ସମ୍ମିଳନୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତରାଣ୍ଡୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂଗଠନର ସଭାପତି ଦୟାନିଧି ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସକାଳେ ସଙ୍ଘ ପତାକା ଉତ୍ତୋଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉଦଘାଟକ ଭାବେ ବରିଷ୍ଠ ଶିକ୍ଷାବିତ୍ ଅବନୀ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ପୁଣ୍ୟାତ୍ମା ବନମାଳୀ ବ୍ରହ୍ମଚାରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ […]
ପଟ୍ଟାମୁଣ୍ଡାଇ ୯/୧୨- ପଟ୍ଟାମୁଣ୍ଡାଇ ଅଂଚଳରେ କାର୍ଯ୍ୟରତ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର ଓ ପ୍ରାଣୀ ମିତ୍ରମାନେ ଦୀର୍ଘ ୯ ମାସ ହେଲା ଦରମା ନପାଇ ହନ୍ତସନ୍ତ ହେଉଛନ୍ତି । ଦରମା ଦାବୀ କରି ସେମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଏ ସମ୍ପର୍କରେ ସେମାନେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଭେଟି ତୁରନ୍ତ ଦରମା ପାଇବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ […]
କେନ୍ଦ୍ରାପଡ଼ା,୯ା୧୨: ସାରାବିଶ୍ୱରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦିବସ ପାଳିତ ହେଉଛି । କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥନା ଦିବସ ବିଶ୍ୱସ୍ତରରେ ପାଳିତ ହେବା କିମ୍ବା ୟୁନେସ୍କୋ ପକ୍ଷରୁ ମାନ୍ୟତାପ୍ରାପ୍ତ ହୋଇ ପାରିନଥିବା ଅତ୍ୟନ୍ତ ପରିତାପର ବିଷୟ । ତେଣୁ ଏ ସମ୍ପର୍କରେ କେନ୍ଦ୍ରାପଡାର ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ସନ୍ନ୍ୟାସିନୀ ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଉଦ୍ୟମରେ୨୦୧୭ ମସିହାରୁ ଦୀର୍ଘ ୭ବର୍ଷ ଧରି ପ୍ରାର୍ଥନା ଦିବସ […]
କେନ୍ଦ୍ରାପଡା, ୯ା୧୨: କେନ୍ଦ୍ରାପଡା ଜିଲ୍ଲା ଶ୍ରମ ଅଫିସ୍ରେ ୨୦୧୮ ମସିହାରୁ ୪୦୦୦ ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ଛାତ୍ରବୃତ୍ତି ଆବେଦନପତ୍ର, ୧୭୦୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ କନ୍ୟା ବିବାହ ସହାୟତା ପାଇଁ ଦରଖାସ୍ତ ଓ ୬୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁକାଳୀନ ସହାୟତା ଲାଗି ଦରଖାସ୍ତମାନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଡିରହିଛି । ୨୦୨୩-୨୪ ଆର୍ôଥକ ବର୍ଷରେ ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସେମାନଙ୍କ ଜିଲ୍ଲାରେ ଥିବା ଶ୍ରମିକମାନଙ୍କୁ ସେମାନଙ୍କର ସହାୟତା ରାଶି ପ୍ରଦାନ କରିଥିବା […]
କେନ୍ଦ୍ରାପଡ଼ା,୯ା୧୨: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଓସିଏ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ମ୍ୟାଚ୍ର ଚତୁର୍ଥ ଦିବସରେ ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବ ଓ ଶ୍ରୀ କ୍ଷେତ୍ରପାଳ ସ୍ପୋଟିଂ ୟୁନିଅନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କ୍ଷେତ୍ରପାଳ ସ୍ପୋଟିଂ ପ୍ରଥମେ ବ୍ୟାଟିଂ କରି ୩୯ ଓଭରରେ ୨୩୪ରନ କରି ଅଲଆଉଟ ହୋଇଥିଲା । ସେହିପରି ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବ ୧୦ ଓଭରେ […]
ପଟ୍ଟାମୁଣ୍ଡାଇ ୯ା୧୨: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ନିକଟସ୍ଥ ଜୟହିନ୍ଦ୍ ଉଚ୍ଚ ବିଦ୍ୟାଳୟରେ ୧୯୮୦ ମସିହା ମାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ବନ୍ଧୁମିଳନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ପ୍ରେମାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟରେ ଅବସରପ୍ରାପ୍ତ ଶିକ୍ଷକ ସନାତନ ବେହୁରା, ଚର୍ତୁଭୁଜ ରାଉତ, କାଳନ୍ଦି ମହାରଣାଙ୍କ ସମେତ ପ୍ରଦୀପ୍ତ ବିଶ୍ୱାଳ, ଗୁରୁଚରଣ ବିଶ୍ୱାଳ, ଭାସ୍କର ମଲ୍ଲିକ, ରଞ୍ଜିତ ସାହୁ, କୈଳାସ ସେଠୀ, ପ୍ରଦୀପ ମଲ୍ଲିକ ପ୍ରମୁଖ […]