ଚମକିଲେ ଡେରାବିଶର ଛାତ୍ର,ଇସ୍ରୋ ଯିବେ ଯୁବ ଜ୍ୟୋତିର୍ବିଜ୍ଞାନୀ ସନ୍ତୋଷ



କେନ୍ଦ୍ରାପଡା ୧୩/୧୨-କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ଛାତ୍ର ସନ୍ତୋଷ କୁମାର ମହାନ୍ତି ନିଜର ପାରଦର୍ଶିତା ଦେଖାଇ ଇସ୍ରୋ ଯିବାପାଇଁ ମନୋନୀତ ହୋଇଛନ୍ତି। ଭୁବନେଶ୍ୱର ପଠାଣୀସାମନ୍ତ ପ୍ଲାନୋଟୋରିୟମ ଓ ଟାଟା ଷ୍ଟିଲ ଆନୁକୂଲ୍ୟରେ ଅନୁଷ୍ଠିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ମଲ୍ଲିକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ସନ୍ତୋଷ କୁମାର ମହାନ୍ତି ଜିଲ୍ଲାର ଶତାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିଲେ।ପଲେଇ ପଞ୍ଚାୟତ ଡେରାକୁଣ୍ଡି ଗ୍ରାମର ନୃସିଂହ ଚରଣ ମହାନ୍ତି ଓ ପ୍ରଣତୀ ମହାନ୍ତିଙ୍କ ପୁତ୍ର ସନ୍ତୋଷ ଭୂବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନୋଟୋରିୟମ ପରିସରରେ ଆଜି ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ରାଜ୍ୟରୁ ମନୋନୀତ ହୋଇଥିବା ୩୦ଜଣ ଛାତ୍ରଙ୍କ ମଧ୍ୟରେ ସେ ସ୍ଥାନ ପାଇଥିବା ଜଣାଯାଇଛି। ଏହି ଖବର ଜଣାପଡିବା ପରେ ନିଜ ବିଦ୍ୟାଳୟ ସମେତ ଡେରାବିଶ ଅଞ୍ଚଳରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଥିବା ବେଳେ ଇସ୍ରୋ ଯିବା ପାଇ ମନୋନୀତ ଛାତ୍ର ସନ୍ତୋଷ ସମଗ୍ର ଜିଲ୍ଲାକୁ ଗୈାରବାନ୍ୱିତ କରିଥିବା ପରିବେଶବିତ୍ ତଥା ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ବେହେରା ପ୍ରକାଶ କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading