କଂସାର-ସାହାସପୁର ଉଚ୍ଚବିଦ୍ୟାଳୟ ହୀରକ ଜୟନ୍ତୀର ଦ୍ୱିତୀୟ ସନ୍ଧ୍ୟା



କେନ୍ଦ୍ରାପଡ଼ା,୧୪ା୧୨: କେବଳ ପାଠପଢିଲେ ହେବ ନାହିଁ। ପାଠ ସହିତ ଶାଠର ଆବଶ୍ୟକତା ରହିଛି। ଯାହାର ଯେଉଁ ପ୍ରତିଭା ଅଛି ତାହା ପିଲାମାନଙ୍କ କ୍ଷେତ୍ରରେ ପ୍ରୟୋଗ କରିବା ଉଚିତ। ଶିକ୍ଷିତ ହୋଇ ଭଲ ମଣିଷ ହେବା ସହିତ ସମାଜର ମଙ୍ଗଳ କରିବା ପାଇଁ କଂସାର- ସାହାସପୁର ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ପାଳନର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପୂର୍ବତନ ବିଧାୟକ ଯୁବନେତା ଅଂଶୁମାନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକମାନଙ୍କୁ ସତର୍କ କରାଇଦେଇ କହିଥିଲେ ଯେ ବିଦ୍ୟାଳୟ ଫାଟକ ବାହାରେ ରେସ ଚାଲିଛି। ଏହି ରେସରେ ଉତ୍ତୀର୍ଣ୍ଣ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଭିନ୍ନ ଗଳ୍ପ ମାଧ୍ୟମରେ ପିତାମାତାଙ୍କ ଦାୟିତ୍ୱ ଏବଂ ବିଦ୍ୟାର୍ଥୀମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପୁରାତନ ଛାତ୍ର ସଂସଦର ସଭାପତି ଫକୀର ଚରଣ ଖଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଗଗନବିହାରୀ ମନ୍ତ୍ରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଯୁବନେତା ପ୍ରଦ୍ୟୁମ୍ନ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ମାଟ୍ରିକ ଟପ୍ପର ଓ ଅନ୍ୟାନ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ପୁରାତନ ଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀ, ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ ପରମାନନ୍ଦ ସେଠୀ, ଯୁବନେତା ପ୍ରଶାନ୍ତ ବେହେରା, ନିରଞ୍ଜନ ପରିଡା, ଦିପ୍ତିରଞ୍ଜନ ମହାପାତ୍ର, ସଂଗ୍ରାମକେଶରୀ ପରିଡା, ହରେକୃଷ୍ଣ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ବିଜୟ ମହାପାତ୍ର, ଚକ୍ରଧର ନାୟକ, ସରପଞ୍ଚ ପ୍ରସନ୍ନ କୁମାର ରାଉତ, ଚନ୍ଦ୍ରକାନ୍ତ ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ, ଶିକ୍ଷାବୀତ, ସମାଜସେବୀ ଓ ମୁରବୀ ଶ୍ରେଣୀର ଲୋକମାନେ ଯୋଗଦେଇଥିଲେ। ଶେଷରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Next Post

ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ

Sun Dec 15 , 2024
ପଟ୍ଟାମୁଣ୍ଡାଇ ୧୫/୧୨-ବହୁ ମୁହୂର୍ତରେ ବରିଷ୍ଠ ନାଗରିକ ମାନଙ୍କୁ ଅବହେଳା କରାଯାଉଥିବାର ଅନେକ ଉଦାହରଣ ରହିଛି । ମୁଖ୍ୟତଃ ବରିଷ୍ଠ ନାଗରିକ ମାନେ ବସ ଟ୍ରେନରେ ଯାତାୟତ କରିବା ବେଳେ ହେଉ କି ବ୍ୟାଙ୍କ ଓ ଡାକ୍ତରଖାନା ମାନଙ୍କରେ ସେମାନଙ୍କୁ ଅଣଦେଖା କରାଯାଇଥାଏ । ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ବରିଷ୍ଠ ନାଗରିକ ମାନଙ୍କୁ ବରିଷ୍ଠନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ବେଳେ ଶନିବାର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶଥାନା ଅଧିକାରୀ […]

KANIKA