କେନ୍ଦ୍ରାପଡ଼ା,୧୭ା୧୨ – କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଏକ ଆଧାର ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ୍ ମହାନ୍ତିଙ୍କ ନିର୍ଦ୍ଦେଶାନୁଯାୟୀ ଓ ପ୍ରାଧିକରଣର ସଚିବ ସୁମିତ୍ରା ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା କୋର୍ଟ ପରିସରରେ ଅୟୋଜିତ କାର୍ଯ୍ୟକ୍ରମରେ ବ୍ୟସ୍ତବହୁଳ ଜୀବନଶୈଳୀରେ କାଳାତିପାତ କରୁଥିବା କର୍ମଚାରୀ ଏବଂ ଆଇନଜିବୀ ଓ ସାଧାରଣ ଜନତାମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ନିଜର ଆଧାର କାର୍ଡରେ ଥିବା ବହୁ ପୁରାତନ ତ୍ରୁଟିକୁ ଅତି ସହଜରେ ଓ ସବଲିଳ ଭାବରେ ସଂଶୋଧନ କରିବା ସୁଯୋଗ ନେଇଥିଲେ । ଏହିଭଳୀ ଏକ ପ୍ରଶଂସନୀୟ ଓ ଉଲ୍ଲେଖନୀୟ କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯିବା ସହିତ ଜିଲ୍ଲା ଓ ଦୌରାଜଜ୍ ବିଶ୍ୱଜିତ୍ ମହାନ୍ତି ଓ ସଚିବ ସୁମିତ୍ରା ସାହୁଙ୍କ ଏତାଦୃଶ୍ୟ କାର୍ଯ୍ୟ ସମ୍ପାଦିତ କରିଥିବାରୁ ସମସ୍ତ ବର୍ଗର ସାଧାରଣ ଜନତା ପ୍ରଶଂସା କରିଛନ୍ତି ।