
କେନ୍ଦ୍ରାପଡ଼ା, ୧୮ା୧୨ : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ତପନ କୁମାର ପରିଡାଙ୍କ ହୃଦଘାତ ଜନିତ କାରଣରୁ ୫୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ୧୯୯୦ ମସିହାରେ ଶିକ୍ଷିତ ଚପରାଶି ଭାବରେ ଯୋଗଦାନ କରିଥିଲେ। ମଙ୍ଗଳବାର ମଢିଆଳସ୍ଥିତ ସୂଚନା କେନ୍ଦ୍ର ଓ ପାଠାଗାରରେ କାର୍ଯ୍ୟରତ ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେବା ବାଟରେ ତାଙ୍କର ହୃଦଘାତ ଜନିତ ମୃତ୍ୟୁ ହୋଇଥିଲା। ସେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ପଞ୍ଚାୟତର ଡିହମୁଗବାଡି ଗ୍ରାମରେ୧୯୬୫ ମସିହାରେ ଜନ୍ମଗ୍ରହଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଓ କର୍ମଚାରୀମାନେ ତାଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସହ ସ୍ୱର୍ଗତ ପରିଡାଙ୍କ ଅମର ଆତ୍ମାର ସଦଗତି ପାଇଁ କାମନା କରିଥିଲେ। ସ୍ୱର୍ଗତ ପରିଡାଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଓ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।











