
ପଟାମୁଣ୍ଡାଇ୨୦/୧୨ – ପଟାମୁଣ୍ଡାଇ ଅଞ୍ଚଳର ସର୍ବ ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ପୁରାତନ ଛାତ୍ର ସଂସଦ ପ୍ରତିଷ୍ଠାତା ସମ୍ପାଦକ ତଥା ରେଭେନସା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ. ବୈଷ୍ଣବ ଚରଣ ସି°ହ ଓ ଛାତ୍ରସଂସଦର ପ୍ରତିଷ୍ଠାତା ସଭାପତି ପତ୍ରପୁର ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ହରେକୃଷ୍ଣ ଲେଙ୍କାଙ୍କ ସ୍ମୃତି ଉଦେଶ୍ୟରେ ଏକ ଶ୍ରଦ୍ଧାଞଳି ସଭା ଏମ ଏନ ହାଇସ୍କୁଲ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ।ପୁରାତନ ଛାତ୍ର ସଂସଦ ର ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପୁରାତନ ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ଭରତ ଚନ୍ଦ୍ର ପାତ୍ର,ପ୍ରଧାନଶିକ୍ଷୟତ୍ରୀ ଆରାଧନା ଦାଶ,ବ୍ରଜ କିଶୋର ପଣ୍ଡା, ରାଜେନ୍ଦ୍ର ସିଂ,ସମ୍ପାଦକ କଣ୍ଡୁରି ଚରଣ ସ୍ବାଇଁ, କୋଷାଧ୍ୟକ୍ଷ ଗୋପୀନାଥ ତ୍ରିପାଠୀ, ଉପସଭାପତି ବିଜୟ କୁମାର ସାହୁ,କାଉନସିଲର ଗୋପୀବଲ୍ଲଭ ନାୟକ,ସଞ୍ଜୟ କୁମାର ବର୍ମା, ରାଜେନ୍ଦ୍ର ଦାଶ,ଇ° ତପନ ପାତ୍ର, ଶିକ୍ଷାବିତ ଶଚି ନନ୍ଦନ ଦାସ,ପ୍ରଧାନ ଶିକ୍ଷକ ସୂର୍ଯ୍ୟ କୁମାର ରାଉତରାୟ, ସ୍କୁଲ ପରିଚାଳନା କମିଟି ସଭାପତି ତପନ ଦାଶ, ଯୁଗ୍ମ ସମ୍ପାଦକ ରମେଶ ଚନ୍ଦ୍ର ଦେ, ଆଡଭୋକେଟ ଶିଶିର କୁମାର ମଲ୍ଲିକ,ଭୂପତି ପ୍ରସାଦ ନାୟକ, ପ୍ରଭାତ କୁମାର ବେହୁରା, ସତ୍ୟବାଦୀ ପ୍ରଧାନ, ଅନୀତା ଧଳ ଓ ତାପସ କୁମାର ବେହେରା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପ୍ରଫେସର ଡ. ବୈଷ୍ଣବ ଚରଣ ସି°ହ ଓ ସ୍ବର୍ଗତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଲେଙ୍କାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ଗୋପୀନାଥ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।











